www.samajalive.in
Monday, December 15, 2025
24.1 C
Bhubaneswar

ଝାରସୁଗୁଡ଼ା ଷ୍ଟ୍ରଙ୍ଗ ରୁମ ସିସିଟିଭି କ୍ୟାମେରା ବନ୍ଦ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାର ଦୁଇ ନିର୍ବାଚନ ମଣ୍ଡଳୀ ଝାରୁସୁଗୁଡ଼ା ଓ ବ୍ରଜରାଜନଗରର ନିର୍ବାଚନ ଗତ ୧୮ ତାରିଖରେ ସରିଯାଇଛି। କଡ଼ା ସୁରକ୍ଷାରେ ସମସ୍ତ ଇଭିଏମ ଓ ଭିଭିପାଟ ମେସିନଗୁଡ଼ିକ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ରଖା ଯାଇଛି। ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ସମସ୍ତ ଇଭିଏମ ଉପରେ ଦିନରାତି ନଜର ରଖିବାକୁ ସିସିଟିଭି କ୍ୟାମେରା ଲଗାଯାଇଛି। ବିଗତ ଦୁଇ ଦିନ ହେବ ଝାରସୁଗୁଡ଼ା ଷ୍ଟ୍ରଙ୍ଗ ରୁମରେ ଲାଗିଥିବା ସିସିଟିଭି ଖରାପ ହୋଇପଡ଼ିଥିବା ରାଧାରାଣୀ ପଣ୍ଡା ଅଭିଯୋଗ କରଛନ୍ତି। ସିସିଟିଭି ଖରାପଥିବା ନେଇ ବିଧାୟିକା ପଣ୍ଡା ଖବର ପାଇବାପରେ ନିଜେଯାଇ ଇଞ୍ଜିନିୟରିଂ ସ୍କୁଲରେ ପହଞ୍ଚି ସିସିଟିଭି ମନିଟର ଚାଲୁ ନ ଥିବାନେଇ ଜିଲାପାଳଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ଖବରପାଲ ଜିଲାପାଳ ଏକ ବୈଷୟିକ ଦଳ ପଠାଇ ଟିଭିକୁ ସଜାଡ଼ିଥିଲେ। ବିଗତ ଦୁଇଦିନ ହେବ ଏହି ଷ୍ଟ୍ରଙ୍ଗ ରୁମର ସିସିଟିଭି ବନ୍ଦ ରହିଥିବା ବିଧାୟିକା ଅଭିଯୋଗ କରିଛନ୍ତି। ଏନେଇ ଝାରସୁଗୁଡ଼ା ଉପଜିଲାପାଳ ତଥା ରିଟନିଂ ଅଧିକାରୀ ଶିବ ଶଙ୍କର ଟପୋଙ୍କୁ ପଚାରିବାରୁ ସିସିଟିଭି ଲଗାଇଥିବା ସଂସ୍ଥାକୁ ଡ଼କାଯାଇଛି। ଏହାର ଯାଞ୍ଚ କରିବାପରେ କଣ ପାଇଁ ଏହା ବନ୍ଦଥିଲା ତାହା ଜଣାପଡ଼ିବ ବୋଲି କହିଛନ୍ତି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories