www.samajalive.in
Saturday, December 13, 2025
14.1 C
Bhubaneswar

ଅର୍ଜୁନ ପାଇଁ ସାମି, ବୁମ୍‌ରା, ଜାଡେଜା,ପୁନମଙ୍କ ନାମ ସୁପାରିସ

ନୂଆଦିଲ୍ଲୀ  : ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ବିସିସିଆଇ ୪ଜଣ କ୍ରିକେଟର୍‌ଙ୍କ ନାମ ସୁପାରିସ କରିଛି। ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା, ମହମ୍ମଦ ସାମି, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ଜାତୀୟ ମହିଳା କ୍ରିକେଟ୍ ଦଳର ସ୍ପିନର ପୁନମ ଯାଦବଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଛି।
ନୂଆଦିଲ୍ଲୀରେ କ୍ରିକେଟ୍ ପ୍ରଶାସକ କମିଟି (ସିଓଏ)ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିସିସିଆଇର ଜେନେରାଲ୍‌ ମ୍ୟାନେଜର (କ୍ରିକେଟ୍ ପରିଚାଳନା) ସବା କରିମ୍‌ ଉପସ୍ଥିତ ଥିଲେ। ଉପରୋକ୍ତ ୪ ଖେଳାଳିଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରିବାକୁ କରିମ ବୈଠକରେ ପ୍ରସ୍ତାବ ଦେଇଥିଲେ। ଯାହାକୁ କ୍ରିକେଟ୍‌ ପ୍ରଶାସକ କମିଟି ଗ୍ରହଣ କରିଥିଲା। ଯଶପ୍ରୀତ ବୁମରା ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ଭାରତକୁ ପ୍ରତିନିଧିତ୍ବ କରିବା ସହ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବୋଲର ପାଲଟି ସାରିଛନ୍ତି। ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ବୁମରାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।
ସେହିପରି ମହମ୍ମଦ ସାମି ମଧ୍ୟ ବର୍ତ୍ତମାନ ବେଶ୍‌ ଭଲ ଫର୍ମରେ ଅଛନ୍ତି। ସେ ଭାରତୀୟ ବିଶ୍ବକପ୍‌ ଦଳରେ ସ୍ଥାନ ପାଇଛନ୍ତି। ବୁମରାଙ୍କ ସହ ସାମି ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କଲେ ଭାରତୀୟ ଦଳର ବିଜୟ ସମ୍ଭାବନା ନିଶ୍ଚିତ ଭାବେ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିଶ୍ବକପ୍‌ ଦଳରେ ରହିଛନ୍ତି। ବ୍ୟାଟିଂ ସହ ଭାରତୀୟ ଦଳରେ ତୃତୀୟ ସ୍ପିନର ଭାବେ ସାମିଲ ହୋଇଥିବା ଜାଡେଜା ଦୀର୍ଘବର୍ଷ ହେବ ଭାରତ ପାଇଁ ଖେଳି ଆସୁଛନ୍ତି। ଅର୍ଜୁନ ପୁରସ୍କାର ନିମନ୍ତେ ମହିଳା କ୍ରିକେଟର୍‌ ଭାବେ ପୁନମ ଯାଦବଙ୍କ ନାମ ସୁପାରିସ କରାଯାଇଛି। ପୁନମ ଜଣେ ଲେଗ୍‌ସ୍ପିନର ଭାବେ ବେଶ୍‌ ଜଣାଶୁଣା।୧୯୬୧ ମସିହାରୁ ଖ୍ୟାତନାମା କ୍ରୀଡ଼ାବିତ୍‌ଙ୍କୁ କେନ୍ଦ୍ର ସରକାର ଅର୍ଜୁନ ପୁରସ୍କାର ପ୍ରଦାନ କରି ଆସୁଛନ୍ତି। ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ଅର୍ଥ ଓ ମାନପତ୍ର ପ୍ରଦାନ କରାଯାଇଥାଏ।
୨୫ ବର୍ଷୀୟ ବୁମରା ଭାରତ ପକ୍ଷରୁ ୧୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୯, ୪୯ଟି ଦିନିକିଆ ଖେଳି ୮୫ ଓ ୪୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୫୧ଟି ୱିକେଟ୍‌ ହାସଲ କରିଛନ୍ତି। ସେହିପରି ୨୮ ବର୍ଷୀୟ ସାମି ୪୦ଟି ଟେଷ୍ଟ ମ୍ୟାଚ୍‌ରୁ ୧୪୪, ୬୧ଟି ଦିନିକିଆରୁ ୧୧୦ ଓ ୭ଟି ଟ୍ବେଣ୍ଟି୨୦ରୁ ୮ଟି ୱିକେଟ୍‌ ନେଇଥିବା ବେଳେ ୩୦ ବର୍ଷୀୟ ଜାଡେଜା ୪୧ଟି ଟେଷ୍ଟରୁ ୧୯୨ ୱିକେଟ୍‌ ସହ ୧୪୮୫ ରନ୍, ୧୫୧ଟି ଦିନିକିଆରୁ ୧୭୪ଟି ୱିକେଟ୍‌ ଓ ୨୦୩୫ ରନ୍‌ ଓ ୪୦ଟି ଟ୍ବେଣ୍ଟି୨୦ରୁ ୩୧ଟି ୱିକେଟ୍‌ ସହ ୧୧୬ ରନ୍‌ ସଂଗ୍ରହ କରିଛନ୍ତି। ୨୭ ବର୍ଷୀୟା ପୁନମ ଯାଦବ ୧ଟି ଟେଷ୍ଟରୁ ୩ଟି, ୨୩ଟି ଦିନିକିଆରୁ ୩୩ଟି ଓ ୨୩ଟି ଟ୍ବେଣ୍ଟି୨୦ରୁ ୩୪ଟି ୱିକେଟ୍ ହାସଲ କରିଛନ୍ତି।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories