www.samajalive.in
Thursday, December 11, 2025
27.1 C
Bhubaneswar

ବିନା ଅନୁମତିରେ ରାଲି, ଗମ୍ଭୀରଙ୍କ ବିରୁଦ୍ଧରେ ଏତଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିନା ଅନୁମତିରେ ରାଲି ଏବଂ ସାଧାରଣ ସଭା କରିବା ଅଭିଯୋଗରେ ପୂର୍ବ ଦିଲ୍ଲୀ ନିର୍ବାଚନ ଅଧିକାରୀ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ବିରୁଦ୍ଧରେ ଏତଲା ଦାୟର କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା କ୍ରିକେଟର ଗୌତମ ଗମ୍ଭୀର ଆପର ଅତିଶି ଏବଂ କଂଗ୍ରେସର ବରିଷ୍ଠ ନେତା ଅରବିନ୍ଦର ସିଂହ ଲଭଲିଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ର ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ କେ. ମହେଶ ଏହି ଘଟଣାରେ ତଥ୍ୟ ସଂଗ୍ରହ ସହ ଗମ୍ଭୀରଙ୍କ ବିରୁଦ୍ଧରେ ଏତଲା ଦାୟର ପାଇଁ କହିଛନ୍ତି।

ସୂଚନା ଯୋଗ୍ୟ, ଗମ୍ଭୀର ସ୍ଥାନୀୟ ପୁଲିସ ଠାରୁ କୌଣସି ଅନୁମତି ନ ନେଇ ଜଙ୍ଗପୁରାରେ ରାଲି ଓ ସଭା କରିଥିଲେ। ତାଙ୍କ ନାମ ଦୁଇଟି ସ୍ଥାନରେ ଭୋଟର ତାଲିକାରେ ଥିବା ନେଇ ପୂର୍ବରୁ ଆମ ଆଦମୀ ପାର୍ଟି ଅଭିଯୋଗ କରିଥିଲା।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories