ଆରୁହା କଳାପଥର ପାହାଡ଼ ଦୁର୍ନୀତି: ଦିନରେ ତାଲା, ରାତିରେ ଖୋଲା

ଜେନାପୁର: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନ ବହୁ ଚର୍ଚ୍ଚିତ ଆରୁହା କଳାପଥର ପାହାଡ଼ ଦୁର୍ନୀତି ଏବେ ଲୋକାୟୁକ୍ତଙ୍କ ନିକଟରେ ବିଚାରଧୀନ ରହିଛି। ସେହିପରି ଜିଲାପାଳଙ୍କ ନିର୍ଦେଶରେ ଗଠିତ ଟାସ୍କଫୋର୍ସ ଆରୁହା ପାହାଡର ତଦନ୍ତକରି ବ୍ୟାପକ ଦୁର୍ନୀତି ହୋଇଥିବା ଜାଣିବାକୁ ପାଇ ଲିଜ୍‌ଧାରୀଙ୍କ ଉପରେ ୧୦ କୋଟି ଟଙ୍କା ଜୋରିମାନା କରିଥିଲେ। ଜୋରିମାନା ଟଙ୍କା ଦୁଇ ସପ୍ତାହ ମଧ୍ୟରେ ପଇଠ କରିବାକୁ ନିର୍ଦେଶ ଦେଇଥିଲେ। ହେଲେ ୪ ମାସ ବିତିଗଲାଣି ଲିଜ୍‌ଧାରୀ ତ୍ରିନାଥ ଜେନା ଜୋରିମାନା ଟଙ୍କା ପଇଠ କରିନଥିବା ଜଣାପଡିଛି। ପ୍ରଶାସନ କେବଳ ଜୋରିମାନା ନିର୍ଦେଶ ଦେଇ ହାତଗୋଡ ବାନ୍ଧି ବସିରହିଛି। ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କ ଇଙ୍ଗିତରେ ଏବେ ଶହ ଶହ ଟ୍ରିପ କଳାପଥର ଓ ମାଟି ଅନ୍ୟତ୍ର ଚୋର ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ତାର ସୁରକ୍ଷା ନେଇ ସ୍ଥାନୀୟ ତହସିଲ ଓ ଜିଲା ପ୍ରଶାସନ କୌଣସି ପଦକ୍ଷପ ନେଉନାହାନ୍ତି। ବିନା ଲିଜ୍‌ରେ ମାଫିଆ ମାନେ ଶହ ଶହ ଟ୍ରିପ ବେଆଇନ ଭାବେ କଳାପଥର ଉତ୍ତୋଳନ କରି ଅନ୍ୟତ୍ର ପରିବହନ କରୁଛନ୍ତି । ଯାହାଦ୍ୱାରା କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି। ସ୍ଥାନୀୟ ତହସିଲ ଓ ପୁଲିସ ପ୍ରଶାସନ ପକ୍ଷରୁ ଦିନରେ ପାହାଡ଼ରେ ପହରା ଦିଆଯାଉଛି। ମାତ୍ର ଏଠାରେ ଅନ୍ଧାର ଆସିଲେ ମାଫିଆ ମାନଙ୍କ ରାଜୁତି ଆରମ୍ଭ ହେଉଛି ।

prayash

ପ୍ରକାଶ ଥାଉକି ୧୫୩ ଏକର ଆରୁହା କଳାପଥର ପାହାଡ଼ରୁ ୨୦୧୭ ମସିହାରେ ସ୍ଥାନୀୟ ତହସିଲ ପକ୍ଷରୁ ୩ ଏକର ଦୀର୍ଘମିଆଦି ସୂତ୍ରରେ ତ୍ରିନାଥ ଜେନାଙ୍କୁ ଲିଜ୍‌ ପ୍ରଦାନ କରାଯାଇଥିଲା। ଆରୁହା ରାଜସ୍ବ ନିରୀକ୍ଷକ ବସୁଦେବ ଜେନା ୩ ଏକର ଟ୍ରେସ୍‌ମ୍ୟାପ ନକରି ୬.୮୦ ଏକରର ଟ୍ରେସ୍‌ମ୍ୟାପ କରିଥିଲେ। ସଂପୃକ୍ତ ଲିଜ୍‌ଧାରୀ ୩ ଏକର ପରିବର୍ତ୍ତେ ୧୦ ଏକରରୁ ଊର୍ଦ୍ଧ୍ବ ଜାଗାରୁ ପଥର ଉତ୍ତୋଳନ କରୁଥିବା ତଦନ୍ତ ସମୟରେ ସାମ୍ନାକୁ ଆସିଥିଲା। ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଆରୁହା କଳାପଥର ପାହାଡ଼ରେ ବ୍ୟାପକ ଅନିୟମିତତା ହୋଇଥିବା ଜାଣି ତାର ସମସ୍ତ କାଗଜପତ୍ର ନେଇ ଲୋକୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ବିଚାରକୁ ନେଇ ଲୋକୟୁକ୍ତ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ତଦନ୍ତକାରୀ ନିର୍ଦେଶକ ଆରୁହା କଳାପଥର ପାହାଡର ତଦନ୍ତ କରିବା ବେଳେ ଏଠାରେ ବ୍ୟାପକ ଦୁର୍ନୀତି ହୋଇଥିବା ରିପୋର୍ଟ ଲୋକୟୁକ୍ତଙ୍କ ନିକଟରେ ଦାଖଲ କରିଥିଲେ। ଏପରିକି ଜାତୀୟ ସବୁଜ ପ୍ରାଧିକରଣର ନିୟମ ଏଠାରେ ପାଳନ କରାଯାଇନାହିଁ। ଘର ଢ଼ିଙ୍କି କୁମ୍ଭୀର ସାଜିଥିବାରୁ ଧର୍ମଶାଳା ତହସିଲ ଅଧୀନରେ ଥିବା ସମସ୍ତ କଳାପଥର ପାହାଡ଼ ଏବେ ଅସ୍ତିତ୍ୱ ହରାଇବାକୁ ବସିଛି।

kalyan agarbati

Comments are closed.