www.samajalive.in
Tuesday, December 9, 2025
26.1 C
Bhubaneswar

ତାଲାବନ୍ଦ ଦେଇଛି ପ୍ରେରଣା : ସ୍କୁଟର ଇଞ୍ଜିନରେ ଗଡ଼ିଲା ଜିପ୍‍ ,ଆଗକୁ ଲକ୍ଷ୍ୟ ‘ଇ-କାର୍‌’

କେନ୍ଦୁଝରଗଡ଼ : ଆଜକୁ ବର୍ଷେବ୍ୟାପୀ କରୋନା ମହାମାରୀ କାହାକୁ ପର କରିଥିବା ବେଳେ ଆଉ କାହାକୁ ନୂତନ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇଛି। କରୋନା ସଂକ୍ରମଣ ପରିପ୍ରେକ୍ଷୀରେ କାହାର ଜୀବନ ଜୀବିକା ବିପନ୍ନ ହୋଇଥିବା ବେଳେ ଅନେକ ଉଚ୍ଚଶିକ୍ଷିତ ଘରେ ରହି ନିଜର ଜ୍ଞାନକୌଶଳର ପ୍ରୟୋଗ କରି ସଫଳ ହୋଇଛନ୍ତି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ କନ୍ଦରକଳା ଗ୍ରାମର ୩ ଯୁବକ ବିଗତ ତାଲାବନ୍ଦ ସମୟରେ ଏକ ପୁରୁଣା ଭେସ୍ପା ସ୍କୁଟର ଇଞ୍ଜିନ ସାହାଯ୍ୟରେ ଜିପ୍‍ ପ୍ରସ୍ତୁତ କରି ରାସ୍ତାରେ ଗଡ଼ାଇବା ଘଟଣା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଇ​‌େ​‌ଲକ୍ଟ୍ରିକାଲ ଇଞ୍ଜିନିୟରିଂରେ ବି-ଟେକ୍‍ ଇଞ୍ଜିନିୟରିଂ ଶିକ୍ଷା ଶେଷ ହେବା ପରେ ତାଲିମ ଶେଷ ପରେ କରୋନା ଯୋଗୁଁ ତାଲାବନ୍ଦ କାରଣରୁ ଘରେ ବସିଥିବା କନ୍ଦରକଳା ଗ୍ରାମର ଦେବାଶିଷ ମହାନ୍ତ ଘରେ ଥିବା ବାପାଙ୍କ ଏକ ପୁରୁଣା ଭେସ୍ପା ସ୍କୁଟରର ଇଞ୍ଜିନକୁ ଖୋଲି ଜିପ୍‍ ପ୍ରସ୍ତୁତ ପାଇଁ ମନ ବଳାଇଥିଲେ। ଏଥିରେ ଦେବାଶିଷଙ୍କୁ ଇଲେକ୍ଟ୍ରିକାଲରେ ଆଇଟିଆଇ ପାସ୍‍ କରିଥିବା ତାଙ୍କର ସମ୍ପର୍କୀୟ ଭାଇ ଲକ୍ଷ୍ମୀଧର ମହାନ୍ତ ଓ ପଡୋଶୀ ଉପେନ୍ଦ୍ର ପାତ୍ର ସହଯୋଗ କରିଥିଲେ। ଯେହେତୁ ସ୍କୁଟର ଇଞ୍ଜିନରେ ଜିପ୍‍ ପ୍ରସ୍ତୁତ କରିବାକୁ ମନ ବଳାଇଥିଲେ ଏବଂ ସ୍କୁଟର ଇଞ୍ଜିନରେ ପଛୁଆ ଗିୟର ନଥିବାରୁ ଏକ ଅଟୋ ଗିୟର ବକ୍ସ ଏବଂ ମାରୁତି-୮୦୦ କାର ଷ୍ଟିୟରିଂକୁ ନେଇ ଅଦରକାରୀ ଲୁହା ସାମଗ୍ରୀ ସହାୟତାରେ ଜିପ୍‍ ପ୍ରସ୍ତୁତ କରିଥିଲେ। ଏହି ଜିପ୍‍ ପସ୍ତୁତ ପାଇଁ ସେମାନଙ୍କୁ ୨୦ରୁ ୨୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିବା ଦେବାଶିଷ କହନ୍ତି। ଏହି ଜିପ୍‍ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ପଞ୍ଜିକୃତ ହୋଇ ନପାରିବା କାରଣରୁ ଏହାକୁ ପରିବାର ଲୋକଙ୍କୁ ନିକଟସ୍ଥ ଗ୍ରାମକୁ ଯାତାୟାତ ସହ ଘରର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ସାମଗ୍ରୀ ପରିବହନ କ୍ଷେତ୍ରରେ ବ୍ୟବହାର କରାଯାଇ ଆସୁଛି ବୋଲି ଦେବାଶିଷ କହିଛନ୍ତି। ଏହି ଜିପ୍‍ ୧ ଲିଟର ପେଟ୍ରୋଲରେ ଅତିକମରେ ୪୦ରୁ ୪୫ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେଇଥାଏ ବୋଲି ଦେବାଶିଷ କହିଛନ୍ତି। ତେବେ ପଞ୍ଜିକରଣ ଆବଶ୍ୟକତା ନଥିବା ସାଙ୍ଗକୁ ପରିବେଶ ପ୍ରଦୁଷଣକୁ ଆଖିଆଗରେ ରଖି ଆଗକୁ ‘ଇ-କାର’ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖିଥିବା ଦେବାଶିଷ କହନ୍ତି। ପୁରୁଣା ଇଞ୍ଜିନ ଓ ଅଦରକାରୀ ସାମଗ୍ରୀ ସହାୟତାରେ ଏହି ୩ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ଭିନ୍ନ ଧରଣର ଜିପ୍‍ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories