ଶସ୍ତା ହେଲା ଜିପ୍ କମ୍ପାସ୍ ! କମିଲା ଦାମ୍

ନୂଆଦିଲ୍ଲୀ : ଆମେରିକା ଗାଡି ନିର୍ମାତା କମ୍ପାନୀ ଜିପ୍ ଇଣ୍ଡିଆ ନିଜ ଲୋକପ୍ରିୟ ଦମଦାର କାର୍ ଜିପ୍ କମ୍ପାସକୁ କମ୍ ଦାମରେ ବଜାରକୁ ନେଇଆସିଛି । କମ୍ପାନୀ କମ୍ପାସର ବେସ୍ ଭେରିଏଣ୍ଟର ଦାମ୍ ହ୍ରାସ କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୮.୯୯(ଏକ୍ସ ଶୋରୁମ୍) ଲକ୍ଷ ଟଙ୍କା ରଖିଛି କମ୍ପାନୀ । କାରକୁ ଅଧିକ ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି ।

ଜିପ୍ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ କୁମାର ପ୍ରିୟେଶ ଏହି ଅବସରରେ କହିଛନ୍ତି କି ‘ଆମେ ଜିପ୍ କମ୍ପାସର ଦାମ୍ କମାଇ ଏହାକୁ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଉତ୍ସାହିତ ଅଛୁ । ଏହାର ପ୍ରାରମ୍ଭିକ ଦାମ୍ ୧୮.୯୯ ରଖାଯାଇଛି ।’ ସେ କହିଛନ୍ତି କି ଦାମ୍ କମିବା ପରେ ସମସ୍ତେ ଏହି ଗାଡିର ମଜା ନେଇପାରିବେ ।

ଏହି କାର ୫୦ରୁ ଅଧିକ ସୁରକ୍ଷା ଫିଚର୍ସ ସହିତ ଆସିଥାଏ । ଏଥିରେ ୪ ଚ୍ୟାନେଲ୍ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ, ଆଡଭାନ୍ସ ବ୍ରେକ୍ ଆସିଷ୍ଟ୍, ହିଲ୍ ଷ୍ଟାର୍ଟ ଆସିଷ୍ଟ୍, ଅଲ୍ ସ୍ପିଡ୍ ଟ୍ରାକ୍ସନ କଣ୍ଟ୍ରୋଲ ଫିଚର୍ସ ମିଳେ । ପାଓ୍ବରଟ୍ରେନ୍ କଥା କଗିବା ତ ଏଥିରେ ୨.୦ ଲିଟରର ଡିଜେଲ ଇଞ୍ଜିନ୍ ମିଳେ । ଏହି କାର ଉଭୟ ଅନ୍ ରୋଡ୍ ଓ ଅଫ୍ ରୋଡରେ ଉତ୍ତମ ଅନୁଭୂତି ପ୍ରଦାନ କରିଥାଏ । ଏଥିରେ ୧୦.୧ ଇଞ୍ଚର ଟଚସ୍କ୍ରିନ୍ ମିଳେ ଯାହା ଉଭୟ କାର ପ୍ଲେ ଓ ଆଣ୍ଟ୍ରଏଡ୍ ଅଟୋକୁ ସପୋର୍ଟ କରିଥାଏ ।

Comments are closed.