ଜେଇଇ ମେନ୍ ପ୍ରଥମ ପତ୍ର ଫଳ ପ୍ରକାଶ, ସୁରଜ କୃଷ୍ଣ ପ୍ରଥମ

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନର ପ୍ରଥମ ପତ୍ର ଫଳ ସୋମବାର ପ୍ରକାଶ ପାଇଛି। ମଙ୍ଗଳବାର ଜେଇଇ ଦ୍ୱିତୀୟ ପତ୍ର ଫଳ ପ୍ରକାଶ ପାଇବ। ଘୋଷଣା କରାଯାଇଥିବା ପ୍ରଥମ ପତ୍ର ଫଳ ଅନୁଯାୟୀ ବିଜୟୱାଡାର ସୁରଜ କୃଷ୍ଣ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସୁରଜ ସାଧାରଣ ବର୍ଗର ପ୍ରାର୍ଥୀ। ଆନ୍ଧ୍ରପ୍ରଦେଶର କେଭିଆର ହେମନ୍ତ କୁମାର ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ପାର୍ଥ ଲୁଥୁରିଆ ତୃତୀୟ, ହରିୟାଣାର ପ୍ରଣବ ଗୋଏଲ ୪ର୍ଥ, ତେଲଙ୍ଗାନା ଗଟ୍ଟୁ ମିଟ୍ରାୟା ୫ମ, ରାଜସ୍ଥାନର ପୱନ ଗୋଏଲ ୬ଷ୍ଠ, ରାଜସ୍ଥାନର ଭାସ୍କର ଅରୁଣ ଗୁପ୍ତା ୭ମ, ଆନ୍ଧ୍ରପ୍ରଦେଶର ବାକାରାପୁ ଭରଥ ୮ମ, ଦିଲ୍ଲୀର ସମରନପ୍ରୀତ ସିଂହ ସାଲୁଜା ୯ମ ଓ ତେଲଙ୍ଗାନାର ଗୋସୁଲା ବିନାୟକ ଶ୍ରୀବର୍ଦ୍ଧନ ସର୍ବ ଭାରତୀୟ ସ୍ଥରରେ ୧୦ସ୍ଥାନରେ ରହିଛନ୍ତି। ଜେଇଇ ମୁଖ୍ୟର ୬ଷ୍ଠ ସଂସ୍କରଣ ଅଫ୍‌ଲାଇନ ପରୀକ୍ଷା ଏପ୍ରିଲ ୮, ୨୦୧୮ରେ ହୋଇଥିଲା। ୬୪୬୮୧୪ ବାଳକ ଓ ୨୬୬୭୪୫ ବାଳିକା ଏହି ପରୀକ୍ଷା ଦେଇଥିଲେ। ଏନଆଇଟି, ଆଇଆଇଟି ଓ ଅନ୍ୟ କେନ୍ଦ୍ରୀୟ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ।

Leave A Reply