ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ବାଲିଆପାଳ: ବାଲେଶ୍ବର ଜିଲ୍ଲା ବାଲିଆପାଳ ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀଙ୍କ ନିଜ ସରକାରୀ ବାସଭବନରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ କନିଷ୍ଠ ଯନ୍ତ୍ରୀଙ୍କ ନାଁ ସଂଜୟ କୁମାର ନାୟକ। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ରବିବାର ସକାଳୁ କନିଷ୍ଠ ଯନ୍ତ୍ରୀ ଜଣକ ନିଜ ସରକାରୀ ବାସଭବନରେ ସଜ୍ଞାହୀନ ଭାବେ ପଡିଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟର କାରଣ ଜଣାପଡି ନ ଥିବା ବେଳେ ସରକାରୀ ବାସଭବନ ଏବଂ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ବାଲିଆପାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.