ଜୟପୁର ଓକିଲ ସଂଘ ନିର୍ବାଚନ ; ସରୋଜ ସଭାପତି, ରବିନ୍ଦ୍ର ସଚିବ
ଜୟପୁର : ଶନିବାର ରାଜ୍ୟର ବିଭିନ୍ନ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଜୟପୁର ବାର ଅସୋସିଏସନ ନିର୍ବାଚନରେ ସଭାପତି ପଦ ପାଇଁ ସରୋଜ କୁମାର ଦାସ, ସଚିବ ପଦରେ ରବିନ୍ଦ୍ର କୁମାର ପାତ୍ର, ଉପସଭାପତି ପଦ ପାଇଁ ଶରତ କୁମାର ମାଝି, ସହ-ସଂଯୋଜକ ପଦରେ ଗିରିଧାରୀ ଖରା ପ୍ରମୁଖ ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟର ମୋଟ୍ ୧୫୭ଟି ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ଭୋଟ୍ ଦେଇପାରିବେ । ନିର୍ବାଚନ କେନ୍ଦ୍ରକୁ ମୋବାଇଲ ଏବଂ କ୍ୟାମେରା ବାରଣ କରାଯାଇଥିବା ବେଳେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି ।