www.samajalive.in
Sunday, December 14, 2025
17.1 C
Bhubaneswar

ବୁମରାଙ୍କୁ ତାତ୍ସଲ୍ୟ କଲେ ରଜାକ : କହିଲେ ବୁମରା ଛୋଟ ପିଲା ଭଳି ବୋଲିଂ କରନ୍ତି

ନୂଆଦିଲ୍ଲି : ଭାରତର ଦ୍ରୁତ ବୋଲର ଯଶପ୍ରିତ ବୁମରା ଛୋଟ ପିଲା ଭଳି ବୋଲିଂ କରୁଛନ୍ତି। ତାଙ୍କର ବୋଲିଂ କରିବା ଶୈଳୀ ଠିକ୍ ନୁହେଁ। ଏଭଳି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ। ନିକଟରେ ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହିଭଳି କହି ବୁମରାଙ୍କୁ ତାତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି, ମୋତେ ଯଦି ଏବେ ବୁମରାଙ୍କୁ ସାମ୍ନା କରିବାକୁ କୁହାଯାଇଥାନ୍ତା ତେବେ ମୁଁ ତାଙ୍କୁ ଖୁବ ସହଜରେ ଖେଳିପାରିଥାନ୍ତି। ୱାସିମ ଆକ୍ରମ, ମାଗରାଥ, ଅଖତରଙ୍କ ଭଳି ଦ୍ରୁତ ବୋଲରଙ୍କୁ ସାମ୍ନା କରିଛି। ତାଙ୍କ ତୁଲନାରେ ବୁମରା କିଛି ନୁହେଁ ବୋଲି ରଜାକ କହିଛନ୍ତି।
ଏହା ପୂର୍ବରୁ ଆଇସିସି ବିଶ୍ୱକପ୍ ସମୟରେ ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାକୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଅଫର୍ କରି ରଜାକ ଚର୍ଚ୍ଚାକୁ ଆସିଥିଲେ। ପାଣ୍ଡ୍ୟାଙ୍କୁ ପ୍ରଶିକ୍ଷଣ ଦେବା ସହ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଅଲ୍ରାଉଣ୍ଡର ବନାଇବାକୁ ଚାହୁଁଛନ୍ତି ବୋଲି ରଜାକ ବିଶ୍ୱକପ୍ ସମୟରେ କହିଥିଲେ।
ପୂର୍ବରୁ ଏକ ବିବାଦୀୟ ବୟାନ ଦେଇ ମଧ୍ୟ ପାକିସ୍ତାନ କ୍ରିକେଟର ଏହି ପୂର୍ବତନ ଖେଳାଳି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ପାକିସ୍ତାନର ଏହି ୩୯ ବର୍ଷୀୟ ଅଲ୍ରାଉଣ୍ଡର
ଏକ ଟିଭି ଶୋ’ ଅବସରରେ ନିଜ ବିଷୟରେ ଏମିତି କିଛି ମତ ରଖିଥିଲା। ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ବିବାହ ପରେ ୫-୬ ମହିଳାଙ୍କ ସହ ସମ୍ପର୍କ ରଖିଥିବା ନେଇ ଏକ ଟିଭି ପ୍ରୋଗ୍ରାମରେ ରଜାକ ସର୍ବସମ୍ମୁଖରେ କହିଥିଲେ।
ରଜାକ ପାକିସ୍ତାନ ପକ୍ଷରୁ ୪୬ ଟେଷ୍ଟ, ୨୬୫ ଦିନିକିଆ ଓ ୩୨ ଟି୨୦ ମ୍ୟାଚ୍ ଖେଳି ପାଖାପାଖି ସାଢ଼େ ସାତ ହଜାର ରନ୍ ସଂଗ୍ରହ କରିବା ସହ ୩ ଫମାର୍ଟରେ ୩୮୯ୱିକେଟ୍ ଅକ୍ତିଆର କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories