www.samajalive.in
Monday, December 15, 2025
17.1 C
Bhubaneswar

୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର କଫ ସିରପ୍ ଜବତ, ୨ ଅଟକ

ପାଟଣାଗଡ: ୨ ଦିନ ତଳେ ପାଟଣାଗଡ ପୁଲିସ ଲୁହାସିଂହାରୁ ୧୬ ହଜାର ବୋତଲ ଚୋରା କଫ ସିରପ୍ ଜବତ କରିଥିବା ବେଳେ ବୁଧବାର ସକାଳେ ବଲାଙ୍ଗୀର ଅବକାରୀ ବିଭାଗ ବେଲପଡାର ବିଭିନ୍ନ ଅଞ୍ଚଳରେ ଚଢଉ କରି ବେଲପଡାର ମାଲଭଟା ପଡା ମହାଦେବ ମନ୍ଦିର ନିକଟରୁ ୪୩୮ ବୋତଲ ଏବଂ ବେଲପଡା ବ୍ଲକ ଅନ୍ତର୍ଗତ ତରା ଗ୍ରାମରୁ ୧୫୩୮ ବୋତଲ ଏସକଫ୍ କଫ୍ ସିରପ୍ ଜବତ କରାଯାଇଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ବେଲପଡାର କୌଶଳ ପୃଷ୍ଟି ଏବଂ ତରା ଗ୍ରାମର ଗୋବିନ୍ଦ ନାଗ ନାମକ ଦୁଇଜଣଙ୍କୁ ଅବକାରୀ ବିଭାଗ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି।
ଗତରାତିରେ ବେଲପଡା ଅଞ୍ଚଳରେ ବ୍ୟାପକ ଚୋରା ନିଶା କାରବାର ଚାଲିଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ଶ୍ରୀଧର ମାଝୀଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବେଲପଡାର ବିଭିନ୍ନ ଅଞ୍ଚଳରେ ଚଢଉ ଆରମ୍ଭ କରିଥିଲେ। ଚଢଉ ବେଳେ ବେଲପଡାର ମାଲଭାଟି ପଡାର କୌଶଳ ପୃଷ୍ଟି(୪୦)ଙ୍କ ବାସଭବନରୁ ୧୦୦ ମିଲି ବିଶିଷ୍ଟ ୪୩୮ ବୋତଲ କଫ ସିରପ୍ ଜବତ କରିଥିବା ବେଳେ ବେଲପଡା ବ୍ଲକ ଅନ୍ତର୍ଗତ ତରା ଗ୍ରାମର ଗୋବିନ୍ଦ ନାଗଙ୍କ ବାସଭବନରୁ ୧୫୨୮ ବୋତଲ କଫ ସିରପ ଜବତ କରିଥିଲେ। ସେମାନେ ଦୀର୍ଘ ଦିନରୁ ଏହି କାରବାରରେ ସଂପୃକ୍ତ ଥିବା ସେମାନେ ଅବକାରୀ ବିଭାଗ ସମ୍ମୁଖରେ ସ୍ୱୀକାର କରିଥିବା ଶ୍ରୀ ମାଝୀ ପ୍ରକାଶ କରିଥିଲେ। ଜବତ ହୋଇଥିବା କଫ ସିରପର ଆନୁମାନିକ ବ୍ୟବସାୟିକ ମୂଲ୍ୟ ୨ ଲକ୍ଷ ୨୮ ହଜାରରୁ ଊର୍ଦ୍ଧ୍ବ ବୋଲି ଶ୍ରୀ ମାଝୀ ସୂଚନା ଦେଇଥିଲେ। ଏହି ଚଢଉରେ ଅବକାରୀ ଅଧିକ୍ଷକ ଶ୍ରୀଧର ମାଝୀଙ୍କ ସମେତ ଡେପୁଟି ଅଧିକ୍ଷକ ସିଦ୍ଧେଶ୍ବର ବେସରା, ସଦର ଇନ୍ସପେକ୍ଟର ପ୍ରସନ୍ନ ନାଏକ, ମୋବବାଇଲ ଇନ୍ସପେକ୍ଟର ଝସକେତନ ବରିହା, ପାଟଣାଗଡ ସବ୍ ଇନ୍ସପେକ୍ଟର ବିଶ୍ୱନାଥ ପରିଡା, ମୋବାଇଲ ସବ୍ ଇନ୍ସପେକ୍ଟର ଗିରିଜା ପାଣିଗ୍ରାହୀ, ସଦର ସବ୍ ଇନ୍ସପେକ୍ଟର ପଦ୍ମଲୋଚନ ନାଏକ, କିଛି ଏଏସଆଇ ଏବଂ କର୍ମଚାରୀ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories