୪କେଜି ରୂପା ଲୁଟ, ଥାନାରେ ମାମଲା
ପାତ୍ରପୁର: ଜରଡା ଥାନା ଇଲାକା ସାମନ୍ତରାପୁର ଗ୍ରାମରେ ରବିବାର ଏକ ରୂପା ବେପାରୀଙ୍କ ଠାରୁ ଦୁବୃର୍ତ୍ତ ମାନେ ପ୍ରାୟ ୪କେଜିରୁ ଅଧିକ ରୂପା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି । ବେପାରୀ ଜଣକ ହେଲେ ପାତ୍ରପୁର ଗ୍ରାମର ଭୀମସେନ ସୁବୁଦ୍ଧି (୭୦) । ବେପାରୀ ଜଣକ ସବୁଦିନ ପରି ବ୍ୟବସାୟ ନିମନ୍ତେ ଜରଡା-ତୁମ୍ବା ଅଞ୍ଚଳକୁ ଯିବା ସମୟରେ କୌଣସି କାରଣ ବସତଃ ସାମନ୍ତରାପୁର ଠାରେ ଥିବା ଏକ ନଳକୂପରେ ଗୋଡ ଧୋଇବା ବେଳେ ହଠାତ୍ ଛକି ରହିଥିବା ତିନି ଜଣ ଦୁବୃର୍ତ୍ତ ବାଇକ୍ରେ ଆସି ବେପାରୀଙ୍କ ଗାଡିରେ ଲାଗିଥିବା ରୂପା ବ୍ୟାଗ୍ ଧରି ଚମ୍ପଟ ମାରିଛନ୍ତି । ଲୁଟ ପରେ ଭୀମସେନ ଜରଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜରଡା ଥାନା ପୁଲିସ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜରଡା ଥାନା ଅଧିକାରୀ ସୁନିଲ୍ କୁମାର ବେହେରା ସୂଚନା ଦେଇଛନ୍ତି।
Comments are closed.