ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଜନ ସମ୍ପର୍କ ପଦଯାତ୍ରା
ତିଗିରିଆ : ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ବିନ୍ଧାଣିମା ଗ୍ରାମ ପଞ୍ଚାୟତର ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ବିଜେଡ଼ି ପକ୍ଷରୁ ବାଲିପୁଟ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଜନ ସମ୍ପର୍କ ପଦଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛନ୍ତି । ଆୟୋଜିତ ରକ୍ତଦାନ ଶିବିରରେ ସମୁଦାୟ ୧୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।
ଅପରପକ୍ଷେ ବାଲିପୁଟ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା ସ୍ଥାନୀୟ ବାଣେଶ୍ୱରପଡ଼ା ଶିବ ମନ୍ଦିର ଠାରୁ ବାହାରି ବାଲିପୁଟ, ଗୋଦରାବନ୍ଧ, ବିରିପୁଟ ଓ ଖୁଣ୍ଟିଆ ସାହି ପରିକ୍ରମା କରିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ଅଜିତ ଧୀର, ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗିରଥୀ ନନ୍ଦ, ବ୍ଲକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ରୂପା ଦଳେଇ, ଭୋଗଡ଼ା ସରପଞ୍ଚ ଶର୍ମିଳା ନାୟକ, ଜିଲ୍ଲାପରିଷଦ ସସ୍ମିତା ରାଉତ ଓ ସଞ୍ଜୟ କୁମାର ମଲ୍ଲିକ, ବିନ୍ଧାଣିମା ପଞ୍ଚାୟତ ବିଜେଡ଼ି ସଭାପତି ମାୟାଧର ରାଉତ, ସମିତିସଭ୍ୟା ସୋନାଲି ସେଠ, ଯୁବନେତା ମିଟୁ ରାଉତ, ପ୍ରତାପ ରାଉତ, ପ୍ରଭାକର ରାଉତ, ବିଷ୍ଣୁଚରଣ ନାୟକ, ଶରତ କୁମାର ରାଉତ, ଚିନ୍ମୟ ସେଠ, ମୁନାଂଶୁ ସାହୁ, ପ୍ରଶାନ୍ତ ବେହେରା, ବାଲିପୁଟ ସରପଞ୍ଚ ରଞ୍ଜନ ସୁତାର, ତିଗିରିଆ ବ୍ଲକ ଛାତ୍ର ଜନତା ଦଳ ଉପସଭାପତି ରାଜେଶ କୁମାର ସାହୁ, ଭିରୁଡ଼ା ସମିତି ସଭ୍ୟ ଧନେଶ୍ୱର ରଣା, ତିଗିରିଆ ବିଜୁ ଯୁବ ଜନତା ଦଳ ସଭାପତି ପ୍ରୀତିରଞ୍ଜନ ବେହେରା, ମିଶନ ଶକ୍ତି ସଭାନେତ୍ରୀ ସମସୁରା ବେଗମ୍, ବିଜୁ ଛାତ୍ର ଜନତା ଦଳ ସଭାପତି ହିମାଂଶୁ ଶେଖର ସ୍ୱାଇଁ, ସାଧାରଣ ସମ୍ପାଦକ ଶକ୍ତି ପ୍ରସାଦ ସାହୁ, ଯୁବ ସଂଗଠକ ବିଜୟ ବଳିୟାର ସିଂହଙ୍କ ସମେତ ବିଜୁ ଜନତା ଦଳର ଅନ୍ୟ ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।
Comments are closed.