www.samajalive.in
Sunday, December 7, 2025
26.1 C
Bhubaneswar

କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦ ମୁହାଁମୁହିଁ, ୩ ମୃତ

ନୂଆଦିଲ୍ଲୀ: ଗୁରୁବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ କାଶ୍ମୀର ଘାଟିର ବିଭିନ୍ନ ସ୍ଥାନରେ ଗୁଳି ବିନିମୟ ଘଟିଛି।  ଶ୍ରୀନଗରର ନୂରବାଗରୁ ଦକ୍ଷିଣ କାଶ୍ମୀରର କାଜିଗୁଣ୍ଡ ଏବଂ କେନ୍ଦ୍ରୀୟ କାଶ୍ମୀର ପାଞ୍ଚନରୁ ବଡଗାମ ପର୍ଯ୍ୟନ୍ତ ତିନୋଟି ସ୍ଥାନରେ ଏନ୍‌କାଉଣ୍ଟର୍ ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ସମେତ ଜଣେ ସ୍ଥାନୀୟ ନାଗରିକ ପ୍ରାଣ ହରାଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ।

ଦକ୍ଷିଣ କାଶ୍ମୀର କାଜିଗୁଣ୍ଡରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀଙ୍କ ଗୁଳିରେ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ପରେ ତାଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହା ମଧ୍ୟରେ ପ୍ରଶାସନ ପକ୍ଷରୁ ଅନନ୍ତନାଗ, କାଜିଗୁଣ୍ଡ, ଶ୍ରୀନଗର ଏବଂ ବଡଗାମରେ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ସେବ ବନ୍ଦ କରି ଦିଆଯାଇଛି ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଶ୍ରୀନଗର ନୂରବାଗ ଭଗବାନପୌରାରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ଏସଓଜି ଏବଂ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଘେରଉ କରାଯାଇ ଛାନଭିନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀ ଗୁଳିବର୍ଷଣ କରିଥିଲେ ଏବଂ ସୁରକ୍ଷାକର୍ମୀ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା । ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷାକର୍ମୀ ଓ ପୁଲିସ ମଧ୍ୟରେ ଗୁଳିଚାଳନା ଜାରି ରହିଥିଲା। ଏହି ସମୟରେ କେତେକ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଜଣେ ସ୍ଥାନୀୟ ୨୫ ବର୍ଷୀୟ ଯୁବକ ମହମ୍ମଦ ସଲିମ ପ୍ରାଣ ହରାଇଛନ୍ତି । ମୃତ ସଲିମ୍‌ ଆତଙ୍କବାଦୀମାନେ ଲୁଚି ରହିଥିବା ଘରର ମାଲିକଙ୍କ ପୁଅ ବୋଲି ଜଣାପଡିଛି। ପୁଲିସର ସୂଚନା ଅନୁଯାୟୀ, ଗତ ୧୨ ଦିନ ମଧ୍ୟରେ ୧୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories