www.samajalive.in
Tuesday, December 9, 2025
19.1 C
Bhubaneswar

ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାର : ଜାମ୍ମୁ-କାଶ୍ମୀର ଡିଜିପି

ଶ୍ରନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ବାହାର କରି ମାରିବା ପାଇଁ ଜାମ୍ମୁ ଓ କାଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲ୍‍ବାଗ ସିଂହ ନିର୍ଦ୍ଦେଶ ଦେଇଛନ୍ତି । କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ତଲାସୀ ଓ ଘେରାବନ୍ଦୀ ଅଭିଯାନକୁ ଆହୁରି ଜୋର୍‍ଦାର କରିବାକୁ ସେ କହିଛନ୍ତି।  ଅସ୍ଥିରତା ସୃଷ୍ଟିକାରୀ ଗତିବିଧି ସମେତ ଯେକୌଣସି ବିପରୀତ ପରିସ୍ଥିତିର ମୁକାବିଲା ପାଇଁ ସାମୁହିକ ଉଦ୍ୟମ କରିବାକୁ ଶ୍ରୀ ସିଂହ ଆହ୍ୱାନ ଦେଇଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା
ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଜାମ୍ମୁ ଓ କାଶ୍ମୀରର ନିରାପତ୍ତା ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ
ବୈଠକ ପରେ ଡିଜି ଶ୍ରୀ ସିଂହ ଏହି ବିବୃତ୍ତି ଦେଇଛନ୍ତି।

ଶ୍ରୀନଗରସ୍ଥିତ ପୁଲିସ ନିୟନ୍ତ୍ରଣକକ୍ଷଠାରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ଦୈନନ୍ଦିନ କାର୍ଯ୍ୟରେ ଆଇନ୍‍କୁ ପାଳନ କରୁଥିବା ଲୋକମାନେ ଯେପରି ଅସୁବିଧାରେ ନପଡନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଶ୍ରୀ ସିଂହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପୁଣିଥରେ କହିଛନ୍ତି ଜନସାଧାରଣଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ଏବଂ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକୁ ଅଗ୍ରାଧିକାର ଦେବାଦ୍ୱାରା ଅଧିକରୁ ଅଧିକ ଲୋକେ ଏହି ଅଭିଯାନକୁ ସମର୍ଥନ ଯୋଗାଇବେ। ଜନସାଧାରଣଙ୍କ ପକ୍ଷରୁ ଯେତେବେଳେ ଯେକୌଣସି ସାହାଯ୍ୟ ଓ ସହଯୋଗର ଆବଶ୍ୟକତା ପଡିବ ସେତେବେଳେ ସମସ୍ତ ସମ୍ଭାବ୍ୟ ସହାୟତା
ଯୋଗାଇଦେବା ପାଇଁ ସେ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଭ୍ୟନ୍ତରୀଣ ସୁରକ୍ଷା ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

- Advertisement -

ଏକ ସମନ୍ବିତ ରଣନୀତି ମାଧ୍ୟମରେ ଆତଙ୍କବାଦୀମାନଙ୍କୁ ନିପାତ କରିବାର ଅଛି, ଫଳରେ ଜାମ୍ମୁ କାଶ୍ମୀରରେ ଶାନ୍ତି ବଜାୟ ରହିବ। ସେହିପରି ଆତଙ୍କବାଦୀ ଓ ତାଙ୍କ ସର୍ଦ୍ଦାରମାନଙ୍କୁ ମଧ୍ୟ ଖୋଜି ଖୋଜି ବାହାର କରିବାକୁ ଡିଜିପି ଶ୍ରୀ ସିଂହ କହିଛନ୍ତି। ଏହି ବୈଠକରେ ସିଆଇଡିର ଏଡିଜିପି ବି. ଶ୍ରୀନିବାସ,କଶ୍ମୀର ଆଇଜିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories