ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାଶଙ୍କ ଘରେ ଭିଜିଲାନ୍ସ ରେଡ୍
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ
ବାଲେଶ୍ବର : ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସ ଭବନରେ ଭିଜିଲାନ୍ସ ଚଢଉ କରାଯାଇଛି । କଟକ ଡିଭିଜନ ଭିଜିଲାନ୍ସର ୫ଜଣିଆ ଟିମ ଶନିବାର ଭୋର ସମୟରେ ଅନୁଗୁଳ ଡ଼ିଏସପି ସୋମନାଥ ବାରିକ ନେତୃତ୍ୱରେ ଜଣେ ଇନିସପେକ୍ଟର,ଜଣେ ଏସଆଇ,ଏଏସଆଇ,ମହିଳା କନେଷ୍ଟେବଳଙ୍କ ସମେତ ୫ଜଣ ଜଳେଶ୍ୱରରେ ଚଢଉ କରିଛନ୍ତି । ଏକ କାଳୀନ ୬ଟି ଜାଗାରେ ଭିଜିଲାନ୍ସ ଚଢଉ କରି ଥିବାର ସୂଚନା ମିଳିଛି । ସେ ପୂର୍ବରୁ କେନ୍ଦ୍ରାପଡା ମହାକାଳ ପଡାରେ ବିଡ଼ିଓ ଥିଲେ। ଏକା ସାଙ୍ଗରେ କେନ୍ଦ୍ରାପଡାରେ ଥିବା ପୈତୃକ ଘର,କଟକ ଶ୍ବଶୁର ଘର ସମେତ ଆଉ ଦୁଇଟି ଜାଗାରେ ଭିଜିଲାନ୍ସ ଚଢଉ କରିଥିବାର ସୂଚନା ମିଳିଛି।
Comments are closed.