ଯାଜପୁର: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରିଛନ୍ତି। ବିଶିଷ୍ଟ ଲେଖକ ଇଂ ତାରା ପ୍ରସାଦ ମିଶ୍ର ସମବେଦନା ଜଣାଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଲତା ମଙ୍ଗେସକରଙ୍କ ପରଲେକ କଥା ଜାଣି ମୁଁ ବହତୁ ଦୁଃଖିତ। ସେ ଦେଶର ସୁର ସମ୍ରାଜ୍ଞୀ ଥିଲେ। ତାଙ୍କ ପରଲୋକ ଯୋଗୁ ସଂଗୀତ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସେ ସବୁଦିନ ପାଇଁ ଗୀତ ମାଧ୍ୟମରେ ଅମର ରହିବେ ବୋଲି ମିଶ୍ର କହିଛନ୍ତି। ଏହା ସହିତ ଇଂ ଅରୁଣ ପଟନାୟକ, ସମାଜସେବୀ ମୋହନ ମହାରଣା, ସସ୍ମିତା ବେହେରା ସମେତ ବିଭିନ୍ନ ମହଲରେ ଲତା ଦିଦି ପାଇଁ ଶୋକ ବ୍ୟକ୍ତ କରିଛନ୍ତି।
Popular Categories



