www.samajalive.in
Sunday, December 14, 2025
26.1 C
Bhubaneswar

୧୫ ଦିନର ମହଲତ ପରେ ବି ଶୁଣିଲାନି ପ୍ରଶାସନ, ଦାବି ହାସଲ ପାଇଁ ଆନ୍ଦୋଳନ ଚେତାବନୀ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଂଚାୟତର ଅନ୍ଧାରୀମୂଲକ ଗାଁ ଭାବେ ଜଣାଶୁଣା କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି ଏବଂ ସାରୁପଦର ଭଳି ୫ଟି ପଛୁଆବର୍ଗ ଗ୍ରାମବାସୀଙ୍କ ପାଇଁ ପାଦଚଲା ରାସ୍ତାଭଳି ସର୍ବ ନିମ୍ନ ମୌଳିକ ସୁବିଧା ଆଜିବି ଅପହଞ୍ଚ ହୋଇ ରହିଛି। ସ୍ୱାଧିନତାର ବହୁବର୍ଷପରେ ବି ସେମାନେ ପରାଧିନଦେଶର ନାଗରିକଭାବେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି। ସ୍ଥାୟୀରାସ୍ତା ନିର୍ମାଣ ପାଇଁ ସବୁ ପ୍ରୟାସ ସତ୍ୱେ ରାଜନେତା ଏବଂ ପ୍ରଶାସନର ମିଥ୍ୟା ପ୍ରତିଶ୍ରୁତିରେ ପ୍ରତାରିତ ଗ୍ରାମବାସୀ ଏଥର ଭୋଟବର୍ଜ୍ଜନ ସହିତ ଜାତୀୟ ରାଜପଥ ଅବରୋଧ ଭଳି ଚରମନିଷ୍ପତିକୁ ବାଛିଛନ୍ତି।

 

- Advertisement -

ଏ ବାବଦରେ ଏକ ଦାବୀପତ୍ର ବୌଦ୍ଧ ଜିଲାପାଳଙ୍କୁ ପ୍ରଦାନ ପରେ ବି ପ୍ରଶାସନିକ ନିଦାବିଷ୍ଣୁ ଅନ୍ଧାରୀମୂଲକବାସିଙ୍କୁ ଭୋଟବର୍ଜ୍ଜନ, ରାସ୍ତାରୋକ ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ କରିଛି। ୧୫ଦିନ ମହଲତ ପରେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେମାନେ ଆସନ୍ତା ୮ତାରିଖ ସକାଳେ ମାଧପୁରଠାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ ପାଇଁ ସଜବାଜ ହେଉଥିବା ଜଣାପଡିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories