www.samajalive.in
Sunday, December 14, 2025
23.1 C
Bhubaneswar

ପୋଷା ପାରା ଦେଖାଇ ପ୍ରଚାର କରିଥିଲେ କେଶବ ଚନ୍ଦ୍ର ଦାଶ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତର ସରପଞ୍ଚ ପଦ ପାଇଁ ଲଢ଼ୁ ଥିବା ସମୟରେ ନିର୍ବାଚନୀ ସଂକେତ ପୋଷା ପାରା ନେଇ ସେ ଗାଁକୁ ଗାଁ ବୁଲିଥିଲେ। କେତେବେଳେ ସାଇକେଲ ତ କେତେବେଳେ ପାଦରେ ଚାଲି ଚାଲି ପ୍ରଚାର କରିଥିଲେ। ୧୯୮୪ ମସିହାରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ରେ ସେତେବେଳେ ମଧ୍ୟ ତାଙ୍କୁ ଜିତିବା ପାଇଁ ଅନ୍ୟ ଦୁଇ ଟାଣୁଆ ପ୍ରାର୍ଥୀଙ୍କ ସହ ପ୍ରତିଦ୍ବନ୍ଦୀତା କରିବାକୁ ପଡ଼ିଥିଲା। ହେଲେ ମାତ୍ର ଦେଢ଼ ଶହରୁ ଦୁଇ ଶହ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦୀକୁ ପରାସ୍ତ କରିଥିଲେ। ବଡ଼ ପାଟଣା ପଞ୍ଚାୟତ ସ୍ଵାମ ଶାସନ ଗ୍ରାମର କେଶବ ଚନ୍ଦ୍ର ଦାଶ(୭୬) ନାମକ ତତ୍କାଳୀନ ପ୍ରାକ୍ ବିଶ୍ଵବିଦ୍ୟାଳୟ ପାଠ ପଢୁଆ ବ୍ୟକ୍ତି।

କେଶବ ଚନ୍ଦ୍ର ଦାଶଙ୍କ ଜନ୍ମ ୧ ଜାନୁଆରୀ ୧୯୪୭ ମସିହାରେ ସ୍ଵାମଶାସନ ଗ୍ରାମରେ। ପତ୍ନୀ ରାଧାରାଣୀ ଓ ଦୁଇ ଝିଅ ପୁଷ୍ପଲତା, ଶୁଚିସ୍ମିତା ଏବଂ ଏକ ମାତ୍ର ମୂତ୍ର ସନ୍ତୋଷକୁ ନେଇ ତାଙ୍କ ସଂସାର। ସେ ପଞ୍ଚାୟତର ସରପଞ୍ଚ ନିର୍ବାଚନରେ ସ୍ବର୍ଗତ ଜଗଦାନନ୍ଦ ମିଶ୍ର ଓ ବସନ୍ତ କୁମାର ଭଞ୍ଜଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ। କକା ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ କାହ୍ନୁଚରଣ ଦାଶଙ୍କ ପ୍ରେରଣା ରେ ମାନବ ସେବା ମାଧବ ସେବା ଲକ୍ଷ୍ୟ ନେଇ ରାଜନୀତିକୁ ଆସିଥିଲେ। ଏହି ବଡ଼ ପାଟଣା ପଞ୍ଚାୟତ ବିଭକ୍ତ ହୋଇ ନୂତନ ସରାସକୋଲା ପଞ୍ଚାୟତ ସୃଷ୍ଟି ହୋଇଛି। ବାଲି ବନ୍ଧ ଗ୍ରାମ ଟାଙ୍ଗରପଡ଼ା ପଞ୍ଚାୟତକୁ ଚାଲି ଯାଇଛି ବୋଲି କେଶବ ଚନ୍ଦ୍ର ପ୍ରକାଶ କରିଥିବା ବେଳେ ସେ ସରପଞ୍ଚ ପଦରେ ଥିବା ସମୟରେ ପଞ୍ଚାୟତକୁ ମାତ୍ର ୩ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ଓ ସେ ମାତ୍ର ତାଙ୍କ ଅବଧିରେ ୩୫ ହଜାର ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିବା ପ୍ରକାଶ କରିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories