ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଯାଜପୁର: ସଚେତନତା ହିଁ ସୁରକ୍ଷା। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରତ୍ୟେକ ସଚେତନ ହେବା, ପ୍ରସ୍ତୁତି କରିବା ଓ ବିପର୍ଯ୍ୟୟ ପରିଚାଳନା ନିୟମକୁ ଅନୁପାଳନ କଲେ ଧନ ଜୀବନ ରକ୍ଷା କରିପାରିବା ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜାତୀୟ ରାଷ୍ଟ୍ରୀୟ ବିଜ୍ଞାନ ସମ୍ମିଳନୀ ଗୃହରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଥିଲା। ୧୯୯୯ ମହାବାତ୍ୟାର ସ୍ମୃତି ଚାରଣ ସହ ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରସ୍ତୁତି ସଂପର୍କରେ ଏଥିରେ ଆଲୋକପାତ କରାଯାଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ମହାବାତ୍ୟାର ସ୍ମୃତି ଅବର୍ଣ୍ଣନୀୟ ଓ ସେଥିରୁ ମିଳିଥିବା ଶିକ୍ଷା ଓ ସରକାରଙ୍କର ଉଦ୍ୟମ ପଂଳରେ ଆଜି ଓଡିଶା ସମଗ୍ର ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସପଂଳତା ହାସଲ କରିଛି ବୋଲି କହିଥିଲେ।

ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ବିପର୍ଯ୍ୟୟକୁ ରୋକାଯାଇପାରିବ ନାହିଁ କିନ୍ତୁ ପୂର୍ବ ପ୍ରସ୍ତୁତି, ସଚେତନତା, ସତର୍କତା ହିଁ ଏହାର କ୍ଷୟ କ୍ଷତିକୁ ହ୍ରାସ କରିବାରେ ସହାୟକ ହେବ ବୋଲି କହିଥିଲେ। ଚଳିତ ବର୍ଷର ବାର୍ତ୍ତା “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାୟତିରାଜ ଅନୁଷ୍ଠାନ: ବିପର୍ଯ୍ୟୟ ପ୍ରସ୍ତୁତିର ମେରୁଦଣ୍ଡ” ଶୀର୍ଷକରେ ଆଲୋଚନା କରି ଶ୍ରୀ ମହାନ୍ତି ସେତେବେଳେ ବୈଷୟିକ ଜ୍ଞାନ, ଭିିଭୂମୀ, ଗଣମାଧ୍ୟମ ଅପେକ୍ଷା ର୍ବମାନ ବେଶ ସୁଦୃଢ ହୋଇଛି। ଜିଲ୍ଲାରେ ର୍ବମାନ ୨୭ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଥିବା ବେଳେ କେବଳ ସେମାନଙ୍କ ପରିବାର ସଦସ୍ୟ ପ୍ରାୟ ୧୩ ଲକ୍ଷ ହେବେ। ଅପର ପକ୍ଷରେ ପଂଚାୟତ ପ୍ରତିନିଧିମାନେ ମଧ୍ୟ ଲୋକଙ୍କୁ ସଚେତନ କରିବାକୁ ପ୍ରସ୍ତୁତ। ତେଣୁ ସାମଗ୍ରିକ ଭାବେ ଆମେ ର୍ବମାନ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଚ୍ଥନ୍ତି ବୋଲି ସେ କହିଥିଲେ।

prayash

ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ବିପର୍ଯ୍ୟୟ ପରିଚାଳନାରେ ପ୍ରତ୍ୟେକ ଉରଦାୟୀ ଭାବେ ସତର୍କ ଓ ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ସମସ୍ତଙ୍କୁ ସ୍ୱାଗତ କରିବା ସହ ୧୯୯୯ ମହାବାତ୍ୟାରେ ଯାଜପୁର ଜିଲ୍ଲାର ୮୪ ଜଣ ମୃତ୍ୟୁବରଣ କରିଥିଲେ ବୋଲି ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ସଂଯୋଜିକା ଶେଫାଳି ସ୍ୱାଗତିକା ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଉଦେ୍ଦଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ବିପର୍ଯ୍ୟୟ ପ୍ରଶମନ ପାଇଁ ସାମୁହିକ ଉଦ୍ୟମ ନିମି ଶପଥ ପାଠ କରାଯାଇଥିଲା। ଏହି ଅବସରରେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଜାଉଁଳିବନ୍ଧର ଚିତ୍ତରଞ୍ଜନ ପଣ୍ଡା୍ଙ୍କୁ ସେବା କାର୍ଯ୍ୟ ପାଇଁ ସମ୍ୱର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର ତଥା ଅତିରିକ୍ତ ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି, ଡେପୁଟୀ କଲେକ୍ଟର ଶୁଭଦର୍ଶନ ମିଶ୍ର, ଏ.ଡି.ଏମ୍.ଓ. ଡା. ଅନୁପ କୁମାର ନାଥଶର୍ମା, ଦୁର୍ନିତି ନିବାରଣ ବିଭାଗର ଉପଅଧିକ୍ଷକ ସୁଶିଲ ଏକ୍ଳା, ସହକାରୀ ଜିଲ୍ଲାପାଳ ଶାଶ୍ୱତ ପଟ୍ଟନାୟକ, ଅଗ୍ନିଶମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରଣ୍ଡି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଦେବାଶିଷ ପ୍ରଧାନ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ ଓ ଅନାନ୍ୟ ଅଧିକାରୀ ଯୋଗ ଦେଇଥିଲେ। ଜରୁରୀ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସାହୁ, ନିତ୍ୟାନନ୍ଦ ନାୟକ, ଉପ ବିଭାଗୀୟ ଅଧିକାରୀ, ସସ୍ମିତା ବେହେରା, କନିଷ୍ଠ ରାଜସ୍ୱ ସହାୟକ ଶୁଭାଶିଷ ଜେନା, ରୋଜାଲିନ ସ୍ୱାଇଁ, ତରୁଣ ପଣ୍ଡା, ସୁପ୍ରିୟ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.