ଯାଜପୁର: ଯାଜପୁର ଜିଲ୍ଲା ପୁଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୁଲିସ ମିଳିତ ଉଦ୍ୟମରେ ୧୭ ଗ୍ରାମରୁ ଉର୍ଦ୍ଧ୍ଵ ଧଳା ଜହର ଜବତ ହୋଇଛି। ସୂଚନା ମୁତାବକ, ଗତକାଲି ରାତିରେ ଧର୍ମଶାଳା ଥାନା ଦେଉଳି ପାହାଡ଼ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୁଲିସ ଅତର୍କିତ ଚଢ଼ାଉ କରିଥିଲା। ସେଠାରୁ ୪ ଜଣ ଯୁବକକୁ ପୁଲିସ ଉଠାଇ ଆଣିବା ସହ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା। ଏହି ସମୟରେ ସେମାନଙ୍କ ନିକଟରୁ ୧୭ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହ ଗୋଟିଏ ବାଇକ, ୫ଟି ମୋବାଇଲ ସହ କିଛି ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଥାନା ବଡ଼ପୋଖରୀ ଅଞ୍ଚଳର ବାପି ମଲିକ, ଧୁଷୁରୀ ଅଂଚଳର ଫକିର ଜେନା, ବରପଦା ଅଂଚଳର ଲମ୍ବୁ ମୁଣ୍ଡା ଓ ଧର୍ମଶାଳା ଥାନା ଜାରକା ଅଂଚଳର ଅରୁପଲାଲ ଦତ୍ତ। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
Popular Categories



