www.samajalive.in
Monday, December 15, 2025
27.1 C
Bhubaneswar

ଭୁବନେଶ୍ୱରରେ ଟାଟା ଗ୍ରୁପର ଏଥିନିକ୍‌ ଓ୍ୱିୟର ବ୍ରାଣ୍ଡ ସୋ’ରୁମ୍‌ “ତାନେଇରା”

ଭୁବନେଶ୍ୱର – ଟାଟା ଗ୍ରୁପ୍‌ ଟାଇଟନ୍‌ କମ୍ପାନୀର ଏଥିନିକ୍‌ ଓ୍ୱିୟର ସୋ’ରୁମ୍‌ “ତାନେଇରା” ଏବେ ଭୁବନେଶ୍ୱରରେ । ଏହି ଷ୍ଟୋର୍‌ରେ ହସ୍ତତନ୍ତ ବା ହ୍ୟାଣ୍ଡଲୁମ୍‌ ଶାଢୀ, ବ୍ଲାଉଜ୍‌ ସହ ବିଭିନ୍ନ ପାରମ୍ପରିକ ପୋଷାକ ଉପଲବ୍ଧ । ବୁଣାକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ଅରଗାନିକ୍‌ ବା ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ତଥା ସୂତା ଏବଂ ରେଶମରେ ଏହି ଶାଢୀ ପ୍ରସ୍ତୁତ କରାଯାଇଛି । ସୋ ରୁମ୍‌ରେ ବିଶେଷତ୍ୱ ହେଉଛି ଏଠାରେ ଗୋଟିଏ ଶାଢୀ ଜଣଙ୍କ ପାଇଁ ପ୍ରସ୍ତୁତ କରାଯାଏ । ଏହାର ଦ୍ୱିତୀୟ କପି ବଜାରରେ ଉପଲବ୍ଧ ହେବନାହିଁ ବୋଲି ସୂଚନା ଦିଆଯାଇଛି ।

- Advertisement -

ବୁଣାକାରମାନଙ୍କୁ ଏହାର ଡିଜାଇନ୍‌ ଦିଆଯାଇ ଶାଢୀ ସହ ପାରମ୍ପରିକ ପୋଷାକକୁ ପ୍ରସ୍ତୁତ କରାଯାଏ । ଏହାପରେ ୧୨ଥର କ୍ୱାଲିଟି ଟେକ୍‌ ବା ମାନର ଯାଞ୍ଚ୍‌ କରାଯାଇଥାଏ । ଏହି ସୋ ରୁମ୍‌ରେ କାଂଜିଭରମ୍‌, ବନାରସୀ, ପୋଚାମପାଲ୍ଲୀ ଇକତ୍‌ ,ମଙ୍ଗଲଗିରି, ଚାନ୍ଦେରୀ, ମାହେଶ୍ୱରୀ ଟସର ସହ ବିଭିନ୍ନ ପାରମ୍ପରିକ ଓ ଅତି ସୁନ୍ଦର ଡିଜାଇନ୍‌ର ଶାଢୀ ଉପଲବ୍ଧ।

ତାନେଇରାର ବ୍ରାଣ୍ଡ ଷ୍ଟୋର୍‌ରେ ଭାରତୀୟ ନାରୀଙ୍କ ପସନ୍ଦ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ରଙ୍ଗ ଏବଂ ତନ୍ତୁ ଦ୍ୱାରା ତିଆରି କରାଯାଇଥିବା ତଥା ୧୨ ସ୍ତରର ମାନଯାଞ୍ଚ ର ପୋଷାକ ଏବଂ ଶାଢୀ ଉପଲବ୍ଧ । ସବୁଠାରୁ ବଡ କଥା ହେଉଛି ଏଠାରେ ଗୋଟିଏ ଶାଢୀ କେବଳ ଜଣଙ୍କ ପାଇଁ ପ୍ରସ୍ତୁତ ।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories