www.samajalive.in
Monday, December 8, 2025
16.1 C
Bhubaneswar

ନିର୍ବାଚନ କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଜିଲାପାଳ 

ଯାଜପୁର : ଯାଜପୁର ଜିଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଚଳିତ ମାସ ୩ ଓ ୪ ତାରିଖରେ ପ୍ରିଜାଇଡିଂ ଓ ଫାଷ୍ଟ ପୁଲିଂ ଅଫିସରମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏହି ତାଲିମ ପ୍ରତି ବ୍ଳକରେ ଅନୁଷ୍ଠିତ ହେବ । ଏହି ପ୍ରଶିକ୍ଷଣ ନିର୍ବାଚନ ପରିଚାଳନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦାୟିତ୍ୱ ଦିଆଯାଇଥିବା ପୁଲିଂ ଅଫିସର ନିଶ୍ଚିତ ଯୋଗଦାନ କରି ତାଲିମ ନେବାକୁ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ପରାମର୍ଶ ଦେଇଛନ୍ତି । ଏଥିସହ ତାଲିମରେ ଅନୁପସ୍ଥିତ ରହୁଥିବା କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କାରାଇ ଦେଇଛନ୍ତି ।

ନିର୍ବାଚନ ଏକ ଜାତୀୟ କାର୍ୟ୍ୟକ୍ରମ । ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କର ଆବଶ୍ୟକତା ହୋଇଥାଏ । ସେଥିପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସବୁ କିଛି ଶୃଙ୍ଖଳିତ ଭାବେ ପରିଚାଳନା କରାଯାଉଛି । ଯାଜପୁର ଜିଲାରେ ୫ ଗୋଟି ପର୍ୟ୍ୟାୟରେ ନିର୍ବାଚନ ଚଳିତ ମାସ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଅନୁଷ୍ଠିତ ହେବ । ଏହି ନିର୍ବାଚନକୁ ସୁରୁଖୁରୁରେ ନିର୍ବାହ ପାଇଁ ଚଳିତ ମାସ ୩ ଓ ୪ ତାରିଖ ପୂର୍ବାହ୍ନ ୧୦ ଘଟିକାଠାରୁ ପ୍ରିଜାଇଡିଂ ଓ ଫାଷ୍ଟ ପୁଲିଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଯାଜପୁର ବ୍ଳକ ପାଇଁ ଏନ୍.ସି କଲେଜଠାରେ, ଧର୍ମଶାଳା ବ୍ଳକ ପାଇଁ ଧର୍ମଶାଳା ମହାବିଦ୍ୟାଳୟ, ଜାରକା, ବଡଚଣା ବ୍ଳକ ପାଇଁ ବି.ବି. ମହାବିଦ୍ୟାଳୟ, ଚଣ୍ଡିଖୋଲ, ଦଶରଥପୁର ପାଇଁ ଏସ୍.ଜି. କଲେଜ, କୋରାଇ ପାଇଁ କାହ୍ନୁ ଚରଣ ଡିଗ୍ରୀ କଲେଜ, ବିଞ୍ଝାରପୁର ପାଇଁ ବରୁଣେଶ୍ୱର ମହାବିଦ୍ୟାଳୟ, ସୁକିନ୍ଦା ପାଇଁ ସୁକିନ୍ଦା କଲେଜ, ଦାନଗଦୀ ପାଇଁ ବୁଦ୍ଧରାଜ ବିଦ୍ୟାପୀଠ, ଦାନଗଦୀ, ରସୁଲପୁର ପାଇଁ ୟୁ.ଏନ୍. ମହାବିଦ୍ୟାଳୟ, ମୁଗୁପାଳ ଓ ବରୀ ବ୍ଳକ ପାଇଁ ଜି.ସି. କଲେଜ, ରାମଚନ୍ଦ୍ରପୁର, ବରୀଠାରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ସୂଚନା ଦେବାସହ ଅନୁପସ୍ଥିତ ପ୍ରିଜାଇଡିଂ ଓ ପୁଲିଂ ଅଫିସରମାନଙ୍କ ତାଲିକା ଜିଲା କାର୍ୟ୍ୟାଳୟକୁ କାର୍ୟ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

- Advertisement -

ଅପର ପକ୍ଷରେ ଦାୟିତ୍ୱ ଦିଆଯାଇଥିବା ସମସ୍ତ ପ୍ରିଜାଇଡିଂ ଓ ଫାଷ୍ଟ ପୁଲିଂ ଅଫିସରମାନେ ନିଶ୍ଚିତ ତାଲିମ ନେବାକୁ ସଂପୃକ୍ତ ବିଡିଓ ତଥା ନିର୍ବାଚନ ଅଧିକାରୀମାନେ ଅନୁରୋଧ କରିଛନ୍ତି । ସେହିପରି ସମସ୍ତ ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀମାନେ ଧାର୍ୟ୍ୟ ତାରିଖ ଓ ସମୟରେ ନିର୍ବାଚନ ପରିଚାଳନା ପାଇଁ ନିର୍ଦ୍ଧାରିତ ସ୍ଥାନରେ ଉପଲବ୍ଧ ହେବାକୁ ବିଡିଓମାନେ ଅନୁରୋଧ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories