www.samajalive.in
Monday, December 15, 2025
16.1 C
Bhubaneswar

ଯାଜପୁରରେ ଶତାଧିକ ଚାଷୀ ଶସ୍ୟ ବୀମା ରାଶି ପାଇବାରୁ ବଞ୍ଚିତ

ଯାଜପୁର : ଯାଜପୁର ଜିଲା ମଙ୍ଗଳପୁର ପ୍ରାଥମିକ କୃଷି ଋଣ ସମବାୟ ସମିତିର ଶତାଧିକ ଚାଷୀ ସେମାନଙ୍କ ଶସ୍ୟ ବୀମା ପ୍ରିମିୟମ ପଇଠ କରିଥିଲେ ମଧ୍ୟ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ଚାଷୀ ମାନଙ୍କ ପଞ୍ଜିକରଣ ସମୟରେ ତୃଟିପୂର୍ଣ୍ଣ ଡାଟା ପଂଳରେ ଶତାଧିକ ଚାଷୀ ଏଭଳି ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ପଂଳରେ ଚାଷୀମାନେ ଏ ଅପିଂସରୁ ସେ ଅପିଂସକୁ ଦୌଡି ଦୌଡି ନୟାନ୍ତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ସମବାୟ ସମିତି ଅଧିନରେ ଉଭୟ ଥାଲକୁଡି ଏବଂ କସପା ପଞ୍ଚାୟତର ୨୫୭ ଜଣ ଚାଷୀ ପଂସଲ ହାନି ଜନିତ ଶସ୍ୟ ବୀମା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୦୩ ଜଣ ଚାଷୀଙ୍କର ତୃଟିପୂର୍ଣ୍ଣ ଡାଟା ଏଂଟ୍ରି ଯୋଗୁଁ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି । ପଂଳରେ ସେମାନଙ୍କୁ ମିଳିବାକୁ ଥିବା ୨୦ଲକ୍ଷ ୫୯ ହଜାର ଟଙ୍କା ଏବେ ପଡି ରହିଛି। ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବା ପାଇଁ ବୀମା କମ୍ପାନୀ ସେତେଟା ମଧ୍ୟ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ବାରମ୍ବାର ସମବାୟ କର୍ତୁପକ୍ଷ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ କୌଣସି ସୁପଂଳ ନ ମଳିବାରୁ ହାଇକୋର୍ଟରଦ୍ୱାରସ୍ଥ ହୋଇଥିଲେ ଚାଷୀ । ମାନ୍ୟବର ହାଇକୋର୍ଟ ୨ ମାସ ମଧ୍ୟରେ ଏହାର ପଂଇସଲା କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।

- Advertisement -

ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ବୀମା ବ୍ୟବସ୍ଥା କରିଛନ୍ତି ସରକାର। ଏଥିପାଇଁ ପ୍ରିମିୟମ ରାଶି ପଇଠ କରୁଛନ୍ତି ଚାଷୀ। କିନ୍ତୁ ପଂସଲ ହାନି ଜନିତ ବୀମା ରାଶି ପ୍ରଦାନ ବେଳକୁ ଉଭୟ ବୀମା କମ୍ପାନୀ ଓ ସମବାୟ କର୍ତ୍ତୃପକ୍ଷ ଚାଷୀଙ୍କୁ ଅବହେଳା ପ୍ରଦର୍ଶନ ଚିନ୍ତାର ବିଷୟ ପାଲଟିଛି।

 

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories