www.samajalive.in
Monday, December 15, 2025
15.1 C
Bhubaneswar

ଏଣିକି ଉଦ୍ଧବଙ୍କୁ ଭାଙ୍ଗିବାକୁ ପଡ଼ିବ ପିତାଙ୍କର ଏହି ପରମ୍ପରା

ମୁମ୍ବଇ : ଏଣିକି ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତାଙ୍କ ପିତା ତଥା ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କର ଚାଲିଆସୁଥିବା ପରମ୍ପରାଙ୍କୁ ଭାଙ୍ଗିବାକୁ ପଡ଼ିବ। ପୂର୍ବରୁ ମହାରାଷ୍ଟ୍ରରେ ଶିବସେନା ପକ୍ଷରୁ କିଙ୍ଗମେକର ଭୂମିକା ଗ୍ରହଣ କରୁଥିବା ବାଲ ଠାକରେଙ୍କର ଏକ ପରମ୍ପରା ରହିଥିଲା। ତାଙ୍କ ପୂର୍ବ ପରମ୍ପରା ଅନୁସାରେ, ସେ ଅଧିକାଂଶ ସମୟ ତାଙ୍କ ସମର୍ଥକମାନଙ୍କ ସହ ବାହାରକୁ ଦେଖା କରିବାକୁ ଆସୁନଥିଲେ। ସେ ଅଧିକାଂଶ ସମୟ ତାଙ୍କ ଘର “ମାତୋଶ୍ରୀ” ବାଲାକୋନିରେ ଥାଇ ତାଙ୍କ ସମର୍ଥକମାନଙ୍କୁ ଦେଖା ଦେଉଥିଲେ। ଯାହା ଏପର୍ୟ୍ୟନ୍ତ ଠାକରେ ପରିବାରର ପରମ୍ପରା ଭାବେ ଚାଲି ଆସିଥିଲା। ମାତ୍ର ଏବେଠାରୁ ଉଦ୍ଧବଙ୍କୁ ତାଙ୍କ ବାପାଙ୍କ ଦ୍ବାରା ଦୀର୍ଘଦିନ ଧରି ଚାଲିଆସିଥିବା ଏହି ପରମ୍ପରାକୁ ଭାଙ୍ଗିବାକୁ ପଡ଼ିବ। ଯେହେତୁ ଉଦ୍ଧବ ନିଯେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ତାଙ୍କୁ ଅଧିକାଂଶ ସମୟ ତାଙ୍କର ସମର୍ଥକମାନଙ୍କ ନିକଟକୁ ଜିବାକୁ ପଡ଼ିବ।
ମହାରାଷ୍ଟ୍ରର ଉନ୍ନବିଂଶ ମୁଖ୍ୟମନ୍ତ୍ରୀଭାବେ ଗୁରୁବାର ସନ୍ଧ୍ୟା ୬ଟା ୪୦ସମୟରେ ସେଣ୍ଟ୍ରାଲ୍‍ ମୁମ୍ବଇର ଶିବାଜୀ ପାର୍କ ଠାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ଠାକରେ ଶିବସେନା-ଏନ୍ସିେପି-କଂଗ୍ରେସ ମେଣ୍ଟ ସରକାରର ନେତୃତ୍ୱ ନେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories