ପ୍ରଥମେ ଶପଥ ନେଲେ ବିଧାୟକ ଜଗନ୍ନାଥ ସାରକା; କାହିଁକି ଜାଣନ୍ତୁ..
ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମେ ଶପଥ ନେଇଛନ୍ତି ବିଧାୟକ ଜଗନ୍ନାଥ ସାରକା । ଜଗନ୍ନାଥ ସାରକା ହେଉଛନ୍ତି ବିଷମ କଟକର ବିଧାୟକ । ସେ ଜଣେ ଟାଣୁଆ ନେତା ହୋଇଥିବାରୁ ତାଙ୍କୁ ଦଳ ପ୍ରଥମେ ଶପଥ ନେବାର ସୁଯୋଗ ଦେଇଛି । କୁହାଯାଏ ଟାଣୁଆ ନେତା ମାନେ ପ୍ରଥମେ ମନ୍ତ୍ରୀ ମାନେ ଶପଥ ନିଅନ୍ତି । ତାଲିକାରେ ଆହୁରି ବରିଷ୍ଠ ନେତା ଥିଲେ ମଧ୍ୟ ଦଳ ପ୍ରଥମେ ତାଙ୍କୁ ଶପଥ ନେବାକୁ କହିଥିବା କୁହାଯାଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଗନ୍ନାଥ ପୂର୍ବରୁ ମଧ୍ୟ ୨୦୧୯ରେ ରାଷ୍ଟ୍ରମନ୍ତ୍ରୀ ଭାବେ ପଦବୀ ପାଇଥିଲେ । ହେଲେ ବର୍ତ୍ତମାନ ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୯ ମସିହାରେ ତାଙ୍କୁ ଏସସିଏସଟି ମନ୍ତ୍ରୀ ମାନେ ସେ ଦାୟିତ୍ୱ ତୁଲାଇଛନ୍ତି ।
Comments are closed.