www.samajalive.in
Wednesday, December 10, 2025
16.1 C
Bhubaneswar

ବିଶାଖାପାଟଣା ବିମାନବନ୍ଦରରେ ଜଗମୋହନ ରେଡ୍ଡିଙ୍କୁ  ଛୁରି ଭୁଷିଲେ ଯୁବକ

ବିଶାଖାପାଟଣା .- ଆନ୍ଧ୍ର ପ୍ରଦେଶର ରାଜନେତା ତଥା ଓ୍ୱାଇଏସ୍ଆର କଂଗ୍ରେସର ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କୁ ବିମାନ ବନ୍ଦର ପରିସରରେ ଛୁରିରେ  ଆକ୍ରମଣ କରାଯାଇଛି ।  ଜେ ଶ୍ରୀନିବାସ ରାଓ ନାମକ ଯୁବକ ତାଙ୍କୁ  କୁକୁଡା ଲଢେଇରେ ବ୍ୟବହାର କରାଯାଉଥିବା ସ୍ୱତନ୍ତ୍ର ଧରଣ ଛୁରିରେ ଆକ୍ରମଣ କରିଛନ୍ତି । ପ୍ରଥମେ ସେ ଜଗନ ମୋହନ ରେଡ୍ଡିଙ୍କ ସହ କଥା ବାର୍ତ୍ତା ହେବା ସହ ସେଲଫି ନେବା ପାଇଁ ଚେଷ୍ଟା କରିଥିଲେ । ପରେ ସେ ଏହି ସ୍ୱତନ୍ତ୍ର ଧରଣର ଛୁରିରେ  ବାମ କାନ୍ଧକୁ ଭୁଷି ଦେଇଥିଲେ ।

ଆକ୍ରମଣ କରିଥିବା ବ୍ୟକ୍ତି ପ୍ରଥମେ କଫି ଦେବା ପାଇଁ ଭିଆଇପି ଲାଉଞ୍ଜ୍‌ରେ ପ୍ରବେଶ କରିଥିଲା । ପରେ ସେ ଜଗନ ମୋହନ ରେଡ୍ଡିଙ୍କ ପ୍ରଶଂସକ କହିବା ସହ ତାଙ୍କ ସହ ସେଲଫି ନେଇଥିଲା ।  ସେହି ସମୟରେ ଏକ ଛୋଟ ସ୍ୱତନ୍ତ୍ର ଧରଣର ଛୁରିକୁ ଭୁଷି ଦେଇଥିଲା ।

- Advertisement -

ଏହାପରେ ବିମାନ ବନ୍ଦରରେ ଥିବା ସୁରକ୍ଷା କର୍ମୀ ଶ୍ରୀନିବାସକୁ କାବୁ କରିବା ସହ  ପୁଲିସକୁ ହସ୍ତାନ୍ତର କରିଥିଲେ । ଶ୍ରୀନିବାସ ନିକଟରୁ ୯-୧୦ ପୃଷ୍ଟା ଚିଠି ଜବତ କରାଯାଇଛି ।

ଏହି ଆକ୍ରମଣକୁ ଅଧିକାଂଶ ମହଲରୁ ନିନ୍ଦା କରାଯାଇଛି ।  ପୁଲିସ ଆକ୍ରମଣ ସମ୍ପର୍କରେ ତଦନ୍ତ କରୁଛି । ତେବେ ସୁରକ୍ଷା ବଳୟ ଭିତରେ ଥିବା ବିମାନ ବନ୍ଦର ପରିସରକୁ ଏହି ଯୁବକ କିପରି ଏହି ଛୁରି ଆଣିଲେ ସେ ନେଇ ଅନେକ ପ୍ରଶ୍ନ କରିଛନ୍ତି ।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories