ଶ୍ରୀମନ୍ଦିର ଭିତରେ ହେବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

0

ପୁରୀ: ଶ୍ରୀମନ୍ଦିର ମଧ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହେବ ବୋଲି ଆଇନ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଏ ବିଷୟରେ କହିଛନ୍ତି । ଶ୍ରୀମନ୍ଦିର ଭିତରେ ହେବାକୁ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତରଙ୍କ ସରହ ଫାର୍ମାସିଷ୍ଟ ଓ ନର୍ସ ରହିବେ । ଏହା ସହ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ରାମ୍ପର ବ୍ୟବସ୍ଥା ହେବ ।

ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରାଯିବି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଜଗନ୍ନାଥଙ୍କ ନାମରେ ଥିବା ଜମିକୁ  ଶ୍ରୀମନ୍ଦିର ପ୍ରଶାସନ ଅକ୍ତିଆରକୁ ଆଣିବା ପାଇଁ ଚେଷ୍ଟା କରାଯିବ  ।

Leave A Reply