www.samajalive.in
Monday, December 15, 2025
26.1 C
Bhubaneswar

ଆଇଟିଆଇ, ପଲିଟେକନିକ ମାନବ ରୂପାନ୍ତରଣର କେନ୍ଦ୍ର

ଭୁବନେଶ୍ବର : ଓଡିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବ। ଆଇଟିଆଇ ଏବଂ ପଲିଟେକନିକ କେବଳ ଦକ୍ଷତା ବିକାଶର କେନ୍ଦ୍ରସ୍ଥଳୀ ନୁହେଁ ବରଂ ମାନବ ରୂପାନ୍ତରଣର କେନ୍ଦ୍ର ବୋଲି ଦିନିକିଆ ନେତୃତ୍ବ ବିକାଶ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କହିଛନ୍ତି। ୪୯ଟି ଆଇଟିଆଇ ଏବଂ ୩୭ଟି ପଲିଟେକନିକ ଅନୁଷ୍ଠାନର ମୁଖ୍ୟଙ୍କୁ ନେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ବିଶ୍ବ ଦକ୍ଷତା କେନ୍ଦ୍ର (ୱାର୍ଲ୍ଡ ସ୍କିଲ ସେଣ୍ଟର)ଠାରେ ଏକ ନେତୃତ୍ବ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଛି। ଆଇଟିଆଇ ଏବଂ ପଲିଟେକନିକମାନେ କିଭଳି ବ୍ଲକ ଓ ଜିଲାସ୍ତରରେ ନୂତନ ଦିଗଦର୍ଶନ ଦେଇପାରିବ ସେନେଇ ଶ୍ରୀ ବାଗଚୀ ଗୁରୁତ୍ବ ଦେଇଥିଲେ। ତାଲିମ ଅନୁଷ୍ଠାନର ଭିତ୍ତିଭୂମି ସୁଦୃଢ କରି ତାକୁ ଆକର୍ଷଣୀୟ କରିବା ଉଚିତ। ନିକଟସ୍ଥ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ପଡିବ। ପ୍ରତ୍ୟେକ ଆଇଟିଆଇରୁ ଅନ୍ତତଃ ଦଶ ଜଣ ପ୍ରଶିକ୍ଷାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟରେ ପଲିଟେକନିକ, ଏସଡିଆଇ କିମ୍ବା ଡବ୍ଲ୍ୟୁଏସସିରେ ତାଲିମ ନେବେ। ଜିଲାସ୍ତରରେ ପ୍ରତ୍ୟେକ ଆଇଟିଆଇ ଏବଂ ପଲିଟେକନିକ କ୍ରୀଡା ଉତ୍ସବ ଆୟୋଜନ ସହ ମହିଳାଙ୍କ ନିମନ୍ତେ ସ୍ବତନ୍ତ୍ର କ୍ରିକେଟ ଓ ଫୁଟବଲ ଦଳ ଗଢିବାକୁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ।
ରାଜ୍ୟର ପ୍ରାୟ ୬ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ରହିଛନ୍ତି। ସେହି ବିଦ୍ୟାଳୟଗୁଡିକ ସହ ଯୋଗାଯୋଗ କରି ଛାତ୍ରଛାତ୍ରୀଙ୍କୁ ସ୍କିଲ ତାଲିମ ପ୍ରତି ଆକୃଷ୍ଟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ରେଘୁ ଜି କହିଥିଲେ, ଅଭିଜ୍ଞ ବ୍ୟକ୍ତି ବିଶେଷଙ୍କଠାରୁ ନେତୃତ୍ବ ବିକାଶ ବିଷୟରେ ବହୁତ କିଛି ଶିଖିବାକୁ ମିଳିବ। ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ବ୍ୟବସ୍ଥାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ମୂଳ ଲକ୍ଷ୍ୟ। ୱାର୍ଲ୍ଟ ସ୍କିଲ ସେଣ୍ଟର ଅଧ୍ୟକ୍ଷ ସଙ୍ଗରନ ଗୋପାଳ, କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଏବଂ ଅତିରିକ୍ତ ପୁଲିସ ଆୟୁକ୍ତ ଉମାଶଙ୍କର ଦାସଙ୍କ ସହିତ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories