ହଷ୍ଟେଲ ଛାତରୁ ପଡି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ଛାତରୁ ପଡି ଛାତ୍ରଙ୍କର ମୃତ୍ୟୁ ଘଟିଛି। ହଷ୍ଟେଲ ଛାତରୁ ପଡି ଆଇଟିଆଇ ଛାତ୍ରଙ୍କର ମୃତ୍ୟୁ ହୋଇଛି। ରାଉରକେଲା ଜଗଦାସ୍ଥିତ ଏକ ଘରୋଇ ଆଇଟିଆଇ କଲେଜରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ମୃତ ଛାତ୍ରଙ୍କ ଘର ହାତିବାରି ବଂଶଜୋର ଗାଁରେ ହୋଇଥିବା ଜଣାପଡିଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଛି । ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ଝିରପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.