mission shakti banner

ଇସ୍କନ ମନ୍ଦିର ସମ୍ମୁଖରେ ଜବରଦଖଲ ଉଚ୍ଛେଦ, ଭକ୍ତ-ପୁଲିସ ମୁହାଁମୁହିଁ

BSKY banner  750×100
0

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଇସ୍କନ ମନ୍ଦିର ସମ୍ମୁଖରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ପ୍ରାକାଶ ପାଇଛି। ଗୁରୁଙ୍କ ସମାଧି ପୀଠ ଉଚ୍ଛେଦକୁ ବିରୋଧ କରି ଭକ୍ତମାନେ ପୁଲିସକୁ ଠେଲାପେଲା କରିଥିଲେ । ଫଳରେ ପୁଲିସ ଘଟଣାସ୍ଥଳରେ ଲାଠି ଚାର୍ଜ ଆରମ୍ଭ କରିଛି। ଏଥିରେ ଜଣେ ଭକ୍ତ ଆହତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସମାନ୍ୟ ବର୍ଷା ଫଳରେ ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ବେଳେ ଲଗାଣ ବର୍ଷା ହେଲେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଜାତୀୟ ରାଜପଥ ଉପରେ ବସ, କାର ଅଟକି ରହିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଲା ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖଥିଲେ । କେନ୍ଦ୍ରରୁ କୌଣସି ଉତ୍ତର ମିଳିନଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ବିଏମସିର ମିଳିତ ସହଯୋଗରେ ଡ୍ରେନେଜ ନିର୍ମାଣ ଓ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସକାଳୁ ବିଏମସି,ବିଡିଏର ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌,ଡ୍ରେନେଜ୍‌ ଡିଭିଜନର ଅଧିକାରୀ ଓ ପ୍ରଶାସନ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି।

Leave A Reply