ଇସରତ୍‌ ଜାହାଁ ମିଥ୍ୟା ଗୁଳିବିନିମୟ ମାମଲା ଆବେଦନକାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

0

ନୂଆଦିଲ୍ଲୀ : ଇସରତ୍‌ ଜାହାଁ ମିଥ୍ୟା ଗୁଳିବିନିମୟ ମାମଲାର ଅନ୍ୟତମ ଆବେଦନକାରୀ ଗୋପୀନାଥ ପିଲାଇଙ୍କର ଶୁକ୍ରବାର କେରଳରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ଗୋପୀନାଥ ତାଙ୍କ କାର୍‌ରେ ଭାୟଲାରର ଜାତୀୟ ରାଜପଥ ୬୬ରେ ଯାଉଥିବାବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଇସରସ୍‌ ଜାହାଁଙ୍କ ସହିତ ଗୋପୀନାଥଙ୍କ ପୁଅ ପ୍ରନେଶ କୁମାର ପିଲାଇ ଓରଫ ଜାଭେଦ ଶେଖ ଗୁଜରାଟ ପୁଲିସର ମିଥ୍ୟା ଗୁଳିବିନିମୟରେ ପ୍ରାଣ ହରାଇଥିଲେ। ୨୦୦୪ରେ ଗୁଜରାଟ ପୁଲିସ ଗୁଳିରେ ଇସରତଙ୍କ ସହିତ ତାଙ୍କର ୩ ଜଣ ସାଥୀ ମଧ୍ୟ ପ୍ରାଣ ହରାଇଥିଲେ। ଏହା ମଧ୍ୟରେ ପ୍ରନେଶ ଅନ୍ୟତମ ସାଥୀ ଥିଲେ। ପୁଲିସ କହିଥିଲା ଯେ ଇସରତ ଓ ତାର ସାଥୀମାନେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ସହ ସମ୍ପୃକ୍ତ ଥିଲେ।

Leave A Reply