www.samajalive.in
Saturday, December 6, 2025
16.1 C
Bhubaneswar

ଇସ୍ରାଏଲ୍‌ ଓ ଇରାନ ଯୁଦ୍ଧ ; ପେଟ୍ରୋଲ୍‌-ଡିଜେଲ୍‌ ମହଙ୍ଗା ହେଲେ ସର୍ବସାଧାରଣଙ୍କ ପକେଟ୍‌ ଉପରେ ପଡିବ କି କି ପ୍ରଭାବ

ନୂଆଦିଲ୍ଲୀ : ଇସ୍ରାଏଲ୍‌ ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି । ପରିସ୍ଥିତି ଜଟିଳ, ଶୋଚନୀୟ ହେଲେ ସବୁଠାରୁ ଅଧିକ ପ୍ରଭାବ ଭାରତ ଉପରେ ପଡିପାରେ ବୋଲି କୁହାଯାଉଛି । କାରଣ ଭାରତର ଉଭୟ ଇରାନ୍‌ ଓ ଇସ୍ରାଏଲ୍‌ ସହ ସମ୍ପର୍କ ଉତ୍ତମ । ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିଲେ, ଇନ୍ଧନ ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି ହେବ । ଅର୍ଥାତ୍‌ ଭାରତରେ ଇନ୍ଧନ ମୂଲ୍ୟ ମହଙ୍ଗା ହେବ । କାରଣ ଇରାନ୍‌ ଦୁନିଆର ସବୁଠାରୁ ବଡ ତେଲ ଉତ୍ପାଦକମାନଙ୍କ ମଧ୍ୟରୁ ଗୋଟିଏ । ସେହିପରି ଇରାନ୍‌ ଓ ଇସ୍ରାଏଲ ସହ ଭାରତ ଅନେକ ଜିନିଷର ଆମଦାନୀ ଓ ରପ୍ତାନୀ ମଧ୍ୟ କରିଥାଏ । ଯାହା ବନ୍ଦ ହୋଇପାରେ ବୋଲି କୁହାଯାଉଛି । ଇନ୍ଧନ ନ ମିଳିଲେ ଆମଦାନୀ-ରପ୍ତାନୀ ବନ୍ଦ ହେଲେ କି କି ସମସ୍ୟା ହେବ ଜାଣନ୍ତୁ..

ପେଟ୍ରୋଲ୍‌, ଡିଜେଲ୍‌-
ପେଟ୍ରୋଲ୍‌, ଡିଜେଲ୍‌ ମହଙ୍ଗା ହେଲେ ସାମଗ୍ରୀ ପରିବହନ ମହଙ୍ଗା ହୋଇପାରେ । ଫଳରେ ସମସ୍ତ ଜିନିଷର ଦରଦାମ୍‌ ବୃଦ୍ଧି ପାଇବ । ବସ୍‌, ଅଟୋ, ଟ୍ୟାକ୍ସିର ଭଡା ମଧ୍ୟ ବୃଦ୍ଧି ପାଇପାରେ ।

- Advertisement -

ପରିବହନ ଖର୍ଚ୍ଚ-
ପରିବହନ ଖର୍ଚ୍ଚ ବଢିବା ଦ୍ୱାରା ପନିପରିବା, ଫଳ, ଡାଲି, ଅଟା, ତେଲ ଆଦି ନିତ୍ୟ ଆବଶ୍ୟକୀୟ ଜିନିଷ ମଧ୍ୟ ମହଙ୍ଗା ହୋଇପାରେ ।

ଦୀର୍ଘ ୧୮ ବର୍ଷ ପରେ ଏକାଠି ହେବେ ବୁଧ-କେତୁ : ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ବଦଳିବ ସବୁକିଛି, ହେବେ ମାଲାମାଲ୍‌..

ଅନ୍‌ଲାଇନ୍‌ ସେବା ଉପରେ ପ୍ରଭାବ-
ଖାଦ୍ୟ-ପେୟ ଜିନିଷ ଓ ପରିବହନ ଖର୍ଚ୍ଚ ମହଙ୍ଗା ହେବା ଦ୍ୱାରା ଜମାଟୋ, ସ୍ୱିଗି, ଆମାଜନ୍‌, ଫ୍ଲିପକାର୍ଟ ସମେତ ଅନେକ କମ୍ପାନୀ ଅନ୍‌ଲାଇନ୍‌ ଡେଲିଭରି ଓ ଇ-କମର୍ସ ସେବାର ଡେଲିଭରି ମହଙ୍ଗା କରି ପାରନ୍ତି ।

ଯାତ୍ରା ଓ ପର୍ଯ୍ୟଟନ ମହଙ୍ଗା-
ପେଟ୍ରୋଲ୍‌-ଡିଜେଲ ମହଙ୍ଗା ହେବା ଦ୍ୱାରା ପରିବହନ ଖର୍ଚ୍ଚ ବଢିବ, ଫଳରେ ବିମାନ, ଟ୍ରେନ୍‌, ବସ୍‌ ଟିକେଟ ଓ ପର୍ଯ୍ୟଟନ୍‌ ପ୍ୟାକେଜ୍‌ ମଧ୍ୟ ମହଙ୍ଗା ହୋଇପାରେ ।

ଦୀର୍ଘ ୧୮ ବର୍ଷ ପରେ ଏକାଠି ହେବେ ବୁଧ-କେତୁ : ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ବଦଳିବ ସବୁକିଛି, ହେବେ ମାଲାମାଲ୍‌..

ଟ୍ରାକ୍ଟର ,ପମ୍ପ ଓ ଫସଲ ପାଇଁ ଡିଜେଲ୍‌ ଆବଶ୍ୟକ ହୋଇଥାଏ । ଇରାନ୍‌, ଇସ୍ରାଏଲ୍‌ ଯୁଦ୍ଧ ଦ୍ୱାରା ଇନ୍ଧନ ମହଙ୍ଗା ହେଲେ, ଚାଷ ମଧ୍ୟ ମହଙ୍ଗା ହୋଇପାରେ ।

ଫ୍ୟାକ୍ଟ୍ରିରେ କଞ୍ଚାମାଲ ଆଣିବାକୁ ଓ ନେବାକୁ ଓ ମେସିନ୍‌ ସଞ୍ଚାଳନରେ ଇନ୍ଧନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଫଳରେ ଉତ୍ପାଦ ମହଙ୍ଗା ହୋଇପାରେ ।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ସୂଚକାଙ୍କ ବୃଦ୍ଧି ପାଇବ, ଯାହା ଫଳରେ ଆରବିଆଇ ସୁଧ ହାର ବୃଦ୍ଧି କରିପାରେ, ଯାହା ଫଳରେ ଋଣ ମହଙ୍ଗା ହୋଇପାରେ।

ଆଧାରକାର୍ଡ ପାଇଁ ବଡ ଖବର : ଏଣିକି ଘରେ ବସି ଆଧାରକାର୍ଡରେ ବଦଳାଇପାରିବେ ମୋବାଇଲ୍‌ ନମ୍ବର, ଆସୁଛି ନୂଆ ଆପ୍‌, ମିଳିବ ଏସବୁ ସୁବିଧା..

ଦେଖନ୍ତୁ ଭିଡିଓ ; କରୁଥିଲେ ରିଲ୍ସ, ଘୋଡା ଠାରୁ ଖୁବ୍‌ ଜୋର୍‌ରେ ଲାତ ଖାଇଲେ ଯୁବତୀ, ତା’ପରେ..

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories