www.samajalive.in
Sunday, December 14, 2025
16.1 C
Bhubaneswar

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍, ଇଣ୍ଡିଆ ଟିମ୍‍ କୁ ବିଜୟୀ ଟିପ୍ସ ଦେଲେ ବିରାଟ

ସମାଜ ଡିଜିଟାଲ ଡେସ୍କ: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆଉ ମାତ୍ର ୩ଦିନ ପରେ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ସମସ୍ତ ଭାରତୀୟ ଖେଳାଳି ହେଡିଙ୍ଗଲି ଟେଷ୍ଟ ମ୍ୟାଚ ପାଇଁ ଜୋରଦାର ଅଭ୍ୟାସ କରୁଛନ୍ତି । ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି । କିଙ୍ଗ କୋହଲି ବିରାଟ ଟିମ୍‍ ଇଣ୍ଡିଆର କିଛି ଖେଳାଳିଙ୍କ ସହ ଏକ ଗୁପ୍ତ ଭେଟଘାଟ କରିଛନ୍ତି । କୋହଲି ଟିମ୍‍ ଇଣ୍ଡିଆ ଅଧିନାୟକ ଓ ଉପଅଧିନାୟକଙ୍କୁ ତାଙ୍କ ଲଣ୍ଡନ ସ୍ଥିତ ଘରକୁ ନିମନ୍ତ୍ରଣ କରିଥିଲେ ।

ଏକ ରିପୋର୍ଟ ଅନୁଯାୟୀ ଗତ ମାସରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ବିରାଟ କୋହଲି କିଛି ଭାରତୀୟ ଖେଳାଳିଙ୍କୁ ଳଣ୍ଡନରେ ଭେଟିଛନ୍ତି । ଅଧିନାୟକ ଶୁଭମନ ଗିଲ୍‍ ଓ ଉପ ଅଧିନାୟକ ରିଷଭ ପନ୍ତ, ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ କିଛି ଅନ୍ୟ ଖେଳାଳିଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ଜଣେ ବ୍ୟାଟ୍ସମ୍ୟାନ ଓ କ୍ୟାପଟେନ ହିସାବରେ ବିରାଟ ଲଣ୍ଡନରେ ଖେଳିବା ବେଳେ ବିଫଳତା ଓ ସଫଳତା ଉଭୟ ଦେଖିଛନ୍ତି । ତେଣୁ ସେ ଭାରତୀୟ ଖେଳାଳିମାନଙ୍କୁ ଉନ୍ନତି ପାଇଁ ଉତ୍ତମ ଟିପ୍ସ ଦେଇପାରିବେ । ଜଣେ ଅଧିନାୟକ ଭାବେ କୋହଲି ଇଂଲଣ୍ଡରେ ରେକର୍ଡ ମଧ୍ୟ କରିଛନ୍ତି । ଏପରି ପରିସ୍ଥିତିରେ ଗିଲ୍‍ ଏବଂ ପନ୍ତ ଏହି ସାକ୍ଷାତ ସମୟରେ କୋହଲିଙ୍କଠାରୁ ବହୁତ କିଛି ଶିଖିପାରିବେ । ଟିମ୍‍ ଇଣ୍ଡିଆ ଶେଷ ଥର ପାଇଁ ୨୦୦୭ରେ ଇଂଲଣ୍ଡକୁ ନିଜ ମାଟିରେ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା । ସେତେବେଳେ ରାହୁଲ ଦ୍ରାବିଡ ଭାରତୀୟ ଦଳର ଅଧିନାୟକ ଥିଲେ । ଏବେ ଅଧିନାୟକ ଭାବରେ ଶୁଭମନ ଗିଲ୍‍ ଏହି ୧୮ ବର୍ଷର ଅପେକ୍ଷାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories