ଭୁବନେଶ୍ଵର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଯାତ୍ରା ମହାବଳ ସଞ୍ଜୟ ଭୋଳଙ୍କୁ କ୍ଷମା କରିଛନ୍ତି ଗୁରୁ। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ନାଟକ ଲେଖାକୁ ନେଇ ସଞ୍ଜୟ ଭୋଳ ଛି ଛି କରିବାସହ କିଛି ଅପଶବ୍ଦ ପ୍ରୟୋଗ କରିଥିଲେ, ଯେଉଁଥିରେ ଖପ୍ପା ହୋଇ ଅପେରା ମାଷ୍ଟର ଅସୋସିଏସନ୍(ଓମା) ସଞ୍ଜୟଙ୍କୁ ବ୍ୟାନ୍ କରିଥିଲା। ଆଜି ଓମାର ବୈଠକରେ ସଞ୍ଜୟ ଯୋଗ ଦେଇ ନିଜେ କରିଥିବା ଭୁଲ୍କୁ ସ୍ଵୀକାର କରିବାସହ କ୍ଷମା ପ୍ରାର୍ଥନା କରିଥିଲେ। ଫଳରେ ଓମା ତାଙ୍କୁ କ୍ଷମା କରିବାସହ ବ୍ୟାନ୍ ହଟାଇ ଦେଇଛି।



