ବୌଦ୍ଧ : ବୌଦ୍ଧ ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଗୃହରକ୍ଷୀକୁ ଠକେଇ କରିଥିବା ନେଇ ବୌଦ୍ଧ ଥାନାରେ ଗତ ରବିବାର ଦିନ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ବୌଦ୍ଧ ଆଦର୍ଶ ଥାନା କେସନଂ ୨୮୧/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲା ଗମ୍ଭାରୀପଦର ଗ୍ରାମର ପ୍ରଦୀପ କୁମାର ତ୍ରିପାଠି ବୌଦ୍ଧ ଜିଲାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ଅଛନ୍ତି। ଗତ ଆଠ ବର୍ଷ ହେଲା ବୌଦ୍ଧ ଜିଲା ପୁଲିସର କନଷ୍ଟେବଳ ହୃଦାନନ୍ଦ ବେହେରା ବ୍ୟାଙ୍କରୁ ଋଣ କରେଇ ଦେବା ବାହାନାରେ ପ୍ରତ୍ୟେକ ମାସରେ ତାଙ୍କ ଠାରୁ ୧୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏଥିସହିତ ଗୃହରକ୍ଷୀ ତ୍ରିପାଠିଙ୍କ ଏଟିଏମ, ପାଶବୁକ ଓ ଚେକବୁକ୍ ମଧ୍ୟ କନଷ୍ଟେବଳ ହୃଦାନନ୍ଦ ରଖିଥିବାବେଳେ ତାଙ୍କୁ ଏଟିଏମ ମାଗିଲେ ଧମକ ଦେବା ସହିତ ଭୁବନେଶ୍ୱରରୁ ଋଣ କରି ଦେବି କହି ଭଣ୍ଡେଇ ଚାଲିଥିଲେ। ଶ୍ରୀ ବେହେରା ଗୃହରକ୍ଷୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ସହିତ ଜିଲାର ଅନେକ ପୁଲିସ କର୍ମଚାରୀଙ୍କ ପାଖରୁ ମଧ୍ୟ ସମାନ ଉପାୟରେ ଏଟିଏମ, ପାଶବୁକ ରଖିଥିବା ଜଣାଯାଇଛି।
କନଷ୍ଟେବଳ ଜଣକ ଏବେ ବୌଦ୍ଧ ଥାନାରେ କାର୍ଯ୍ୟରତ ଅଛନ୍ତି । ଅଭିଯୋଗ ପରେ ବୌଦ୍ଧ ପୁଲିସ ପକ୍ଷରୁ ଗତ ରବିବାର ଦିନ ହୃଦାନନ୍ଦ ବେହେରାଙ୍କ ବୌଦ୍ଧ ସହରର ପୋଡାପଡାସ୍ଥିତ ବାସଭବନ ଉପରେ ସନ୍ଧ୍ୟାରେ ବୌଦ୍ଧ ପୁଲିସର ଏକ ଟିମ ମାଜିଷ୍ଟ୍ରଟଙ୍କ ସହିତ ଚଢାଉ କରିଥିଲେ। ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ ରାୟ ଓ ରିଜର୍ଭ ଇନସପେକ୍ଟର କୁଳମଣି ଗିରି ପ୍ରମୁଖ ମାଜିଷ୍ଟ୍ରେଟଙ୍କ ସହ ଚଢାଉରେ ସାମିଲ ହେବା ପରେ ଘଟଣାର ଗୁରୁତ୍ୱ ବଢିବା ସହିତ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଜାଗ୍ରତ ହୋଇଥିଲା । ତେବେ ଚଢାଉରେ ଶ୍ରୀବେହେରାଙ୍କ ଘରୁ ଟଙ୍କା ନେଣଦେଣ ସମ୍ବନ୍ଧୀୟ ୬୦ ଟି ପାଶବୁକ୍, ୪୩ଟି ଏଟିଏମ କାର୍ଡ, ୨୯ ଟି ଚେକ୍ ବୁକ୍, ବିଭିନ୍ନ ଲୋକଙ୍କ ଦସ୍ତଖତ ହୋଇଥିବା ୨୦୯ ଟି ବ୍ଲାଙ୍କ ଚେକ୍, ୧୧ ଗୋଟି ସେଲଡିଡ, ୫୦୨୪୯୦ ଟଙ୍କା ଓ ୧୪୫ ଗ୍ରାମ ସୁନା ଅଳଙ୍କାର ତାଙ୍କ ଘରୁ ଜବତ ହୋଇଥିବା ନେଇ ବୌଦ୍ଧ ଏସପି ରାହୁଲ ଗୋୟଲ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଇସ୍ରାଏଲ୍ ଓ ଇରାନ ଯୁଦ୍ଧ ; ପେଟ୍ରୋଲ୍-ଡିଜେଲ୍ ମହଙ୍ଗା ହେଲେ ସର୍ବସାଧାରଣଙ୍କ ପକେଟ୍ ଉପରେ ପଡିବ କି କି ପ୍ରଭାବ
ଅଭିଯୁକ୍ତ କନଷ୍ଟେବଳ ବିଭାଗୀୟ କର୍ମଚାରୀ ସମେତ ଅନେକ ଲୋକଙ୍କ ସହିତ ସୁଧ କାରବାର, ଟଙ୍କା ନେଣଦେଣ ଓ ଋଣ କରାଇ ଦେବା ନାମରେ ଆର୍ଥିକ ଶୋଷଣ ଭଳି କାରବାରରେ ଜଡିତ ଥିବା ପୁଲିସ ତଦନ୍ତରେ ଜାଣି ପାରିଛି । ଏହି ମାମଲା ସହିତ ଆର୍ଥିକ କାରବାର ଥିବାରୁ ଏବଂ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଆୟ ବହିର୍ଭୁତ ଅର୍ଥ ବାହାରି ଥିବାରୁ ମାମଲାକୁ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗର ସହାୟତା ନିଆଯିବ ବୋଲି ଏସପି ଶ୍ରୀଗୋୟଲ ସୂଚନା ଦେଇଛନ୍ତି । ଏହି ଠକେଇ ମାମଲାରେ ବ୍ୟାଙ୍କର କିଛି ଅଧିକାରୀ ମଧ୍ୟ ସଂପୃକ୍ତ ଥିବା ସନ୍ଦେହ କରାଯାଉଅଛି । ତେବେ ତଦନ୍ତ ପରେ ଏନେଇ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧ ଏସଡିପିଓ ଲରେନ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଏହି ମାମଲାର ତଦନ୍ତ କରୁଥିବା ଜଣାଯାଇଛି ।
ଦେଖନ୍ତୁ ଭିଡିଓ ; କରୁଥିଲେ ରିଲ୍ସ, ଘୋଡା ଠାରୁ ଖୁବ୍ ଜୋର୍ରେ ଲାତ ଖାଇଲେ ଯୁବତୀ, ତା’ପରେ..



