www.samajalive.in
Sunday, December 7, 2025
13.1 C
Bhubaneswar

ଇସଲାମାବାଦ ଦୀର୍ଘ କାଳରୁ ତାଲିବାନର ଅଭିରକ୍ଷକ ହୋଇ ରହିଆସିଛି- ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନ ସରକାର ଦୀର୍ଘକାଳରୁ ତାଲିବାନ ଆତଙ୍କ ଗୋଷ୍ଠୀଙ୍କର ଅଭିରକ୍ଷକ (କଷ୍ଟଡିଆନ) ହୋଇ ରହିଆସିଛନ୍ତି। ଏକଥାକୁ ସ୍ୱୀକାର କରିଛନ୍ତି ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ ରଶିଦ। ସେ କହିଛନ୍ତି ପାକିସ୍ତାନ ଏହି ଆତଙ୍କି ଗୋଷ୍ଠୀକୁ ଆଶ୍ରୟ ଦେଇଛି, ଯାହା ୨୦ ବର୍ଷ ପରେ ସଂପ୍ରତି ଆଫଗାନିସ୍ତାନରେ ପୁଣି ଶାସନ କରିବାକୁ ଯାଉଛି। ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଶେଖ ରଶିଦ କହିଥିଲେ, ତାଲିବାନ ନେତାମାନଙ୍କର ଅଭିରକ୍ଷକ ହେଉଛି ପାକିସ୍ତାନ। ଦୀର୍ଘକାଳରୁ ଇସଲାମାବାଦ ସେମାନଙ୍କର ଯତ୍ନ ନେଇଆସୁଛି।

ଋଶିଦ କହିଥିଲେ, ତାଲିବାନ ଆତଙ୍କିମାନେ ପାକିସ୍ତାନରେ ଆଶ୍ରୟ ନେବା ସହିତ ସେଠାରେ ଶିକ୍ଷାଲାଭ କରିଛନ୍ତି ଏବଂ ପାକିସ୍ତାନ ସେମାନଙ୍କର ଘର ପାଲଟିଛି। ପାକିସ୍ତାନ ସେମାନଙ୍କ ପାଇଁ ସବୁକିଛି କରିଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଅଗଷ୍ଟ ୨୮ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମାହମୁଦ କ୍ୟୁରେସୀ କହିଥିଲେ ଯେ, ଆଫଗାନିସ୍ତାନକୁ ସମର୍ଥନ କରିବାରେ ପାକିସ୍ତାନ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବ। ତାଲିବାନ ଆତଙ୍କିଙ୍କର ଆଫଗାନିସ୍ତାନରେ କ୍ରୁର କାଯ୍ୟଁକଳାପକୁ ଲକ୍ଷ୍ୟକରି ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପାକିସ୍ତାନ ବିରୋଧୀ ମତ ପ୍ରକାଶ ପାଇବା ପରେ କ୍ୟୁରେସି ଏଭଳି ମନ୍ତବ୍ୟ ଦେଇଥିଲେ। ଇତିମଧ୍ୟରେ ଭାରତର କୂଟନୀତିଜ୍ଞ ମଧ୍ୟ ତାଲିବାନ ନେତାଙ୍କ ସହିତ କାତାରରେ ଆଲୋଚନା କରିଛନ୍ତି। ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କୁ ନିରାପଦରେ ସେଠାରୁ ଫେରାଇ ଆଣିବା ସମ୍ପର୍କରେ ଆଲୋଚନା କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories