www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ୟାରେ ୨୪୫ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ

ଭୁବନେଶ୍ୱର : ବର୍ଷା ଓ ବନ୍ୟା ଯୋଗୁ କ୍ଷୁଦ୍ର ଜଳସେଚନର ୨୪୫ଟି ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ସେଥିରେ ୪ଶହଟି ଘାଇ ହୋଇଥିବାବେଳେ ପ୍ରାୟ ୧୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଅନ୍ୟ ପକ୍ଷରେ ବର୍ଷା ପରେ ମରାମତି କାମ ଆରମ୍ଭ ହୋଇ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯିବ ବୋଲି କ୍ଷୁଦ୍ର ଜଳସେଚନ ସଂସ୍ଥା ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦ଟି ଜିଲାରେ କ୍ଷୁଦ୍ର ଜଳସେଚନ ସଂସ୍ଥାର ୨୪୫ଟି ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିରେ ୧୪, ୦୯୭ କିଲୋମିଟର କେନାଲ ବନ୍ଧ ଓ ରାସ୍ତା ପ୍ରଭାବିତ ହୋଇଛି। ଏଥିସହିତ ୪ଶହ ଘାଇ ହୋଇଛି। ଯେଉଁଥିରେ ୧୨ ହଜାର ୮୦୧ କିଲୋମିଟର ଲମ୍ବ କେନାଲ ଧୋଇ ହୋଇଯାଇଛି। ସେହିପରି ଛୋଟ ପୋଲ ଓ କଲଭର୍ଟ ମିଶି ୧୫୮ଟି କ୍ଷତିଗ୍ରସ୍ତ ହୋଇଛି। ତନ୍ମଧ୍ୟରୁ ୧୯ଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଏସବୁର ମୋଟ କ୍ଷୟକ୍ଷତି ୯ କୋଟି ୭୧ ଲକ୍ଷ ହେବ ବୋଲି ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି। ଏହାର ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଛି। କିନ୍ତୁ ବର୍ଷା ଶେଷ ଅପେକ୍ଷା କରାଯାଇଛି। ଜଳସେଚନ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ କହିଛନ୍ତି। ଯାହା ବି କ୍ଷୟକ୍ଷତି ହୋଇଛି ତାହା ଖୁବ୍ ଶୀଘ୍ର ମରାମତି କରାଯିବ। ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରାଯିବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories