ଇରାକରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

0

ନୂଆଦିଲ୍ଲୀ : ୨୦୧୪ରେ ଇରାକ ଯାଇଥିବାବେଳେ ମୋସୁଲ ସହରରେ ଆଇଏସ୍‌ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ୩୮ ଜଣ ଭାରତୀୟଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଘୋଷଣା କରିଛନ୍ତି। ଘଟଣାର ପ୍ରାୟ ଚାରିବର୍ଷ ପରେ ଚଳିତବର୍ଷ ଏପ୍ରିଲ ୨ରେ ୩୮ ଭାରତୀୟଙ୍କ ଦେହାବଶେଷ ଭାରତରେ ପହଞ୍ଚିଥିଲା। ଏମାନଙ୍କ ମଧ୍ୟରୁ ୨୭ ଜଣ ପଞ୍ଜାବ ବାସିନ୍ଦା ହୋଇଥିବାବେଳେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ ଅମୃତସରରେ ଏହି ଦେହାବଶେଷକୁ ସଂପୃକ୍ତ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ପଞ୍ଜାବ ସରକାର ସୋମବାର ପ୍ରତ୍ୟେକ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କାର କ୍ଷତିପୂରଣ, ମାସିକ ୨୦,୦୦୦ ଟଙ୍କାର ପେନସନ ଘୋଷଣା କରିଥିବାବେଳେ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇସାରିଛନ୍ତି।

Leave A Reply