ଅଣୁଅସ୍ତ୍ର ନିରସ୍ତ୍ରୀକରଣ ଯାଞ୍ଚକୁ ଇରାନର ପ୍ରତ୍ୟାଖ୍ୟାନ

0

ତେହରାନ : ଅଣୁଅସ୍ତ୍ର ନିରସ୍ତ୍ରୀକରଣ ଯାଞ୍ଚ ପାଇଁ ଜାତିସଂଘର ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ଇରାନରେ ଚାଲିଥିବା ଆଣବିକ କାର୍ଯ୍ୟକ୍ରମକୁ ଯାଞ୍ଚ ପାଇଁ ଜାତିସଂଘ ଅଧିନ ଇଣ୍ଟରନ୍ୟାସନାଲ ଆଟମିକ ଏନର୍ଜି ଏଜେନ୍ସି (ଆଇଏଇଏ) ପଦକ୍ଷେପ ନେଇଥିବାବେଳେ ଏଥିରେ କୌଣସି ପ୍ରକାର ସହଯୋଗ କରିବାକୁ ତେହରାନ ମନା କରିଛି। ଇରାନ କହିଛି ଯେ ବିଶ୍ୱର ଯେଉଁସବୁ ରାଷ୍ଟ୍ର ସହିତ ଏହାର ତିକ୍ତ ସମ୍ପର୍କ ରହିଛି ତାହାର ସମାଧାନ ନ ହେବା ପର୍ଯ୍ୟନ୍ତ ଜାତିସଂଘ ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ।

Leave A Reply