www.samajalive.in
Monday, December 15, 2025
24.1 C
Bhubaneswar

ଇରାନ୍‌ କଲା ଯୁଦ୍ଧ ଘୋଷଣା -ଜାମକରନ ମସ୍‌ଜିଦ୍‌ରେ ପୁଣି ଉଡିଲା ଲାଲ ପତାକା

ତେହେରାନ୍‌ – ସାଉଦିଆରବ ବିରୋଧରେ ଇରାନ୍‌ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଛି । ଏହାର ଐତିହାସିକ ଜାମକରନ୍‌ ମସ୍‌ଜିଦ୍‌ ଉପରେ ଲାଲ୍‌ ଝଣ୍ଡା ଉଡାଇ ଇରାନ୍‌ ଏହି ସୂଚନା ଦେଇଛି । ୨୦୨୦ ମସିହାରେ ଜେନେରାଲ୍‌ କାସିମ୍‌ ସୁଲେମାନୀଙ୍କ ହତ୍ୟାପରେ ଇରାନ୍‌ ଜାମରକନ୍‌ ମସ୍‌ଜିଦ୍‌ ଉପରେ ଲାଲ ପତାକା ଉଡାଇଥିଲା । ଏହା ସହ ଆମେରିକା ବିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲା ।

ଏବେ ତିନି ବର୍ଷପରେ ପୁଣି ଇରାନ୍‌ ଯୁଦ୍ଧ ଘୋଷଣା କରିଛି । ସାଉଦିଆରବ ବିରୋଧରେ ଇରାନ୍ ଯୁଦ୍ଧ ଘୋଷଣା କରିଛି । ପୂର୍ବରୁ ଇରାନ୍‌ ଅନେକ ଥର ସାଉଦିଆରବ ବିଭିନ୍ନ ତୈଳକୂପ ଉପରେ ମିସାଇଲ୍ ମାଡ କରିବା ନଜିର ରହିଛି ।

- Advertisement -

ସାଉଦିଆରବ ମଧ୍ୟ ଯୁଦ୍ଧ ବିଷୟରେ ପ୍ରାକ୍‌ ସୂଚନା ଦେଇଛି । ଇରାନ୍‌ ସାଉଦିଆରବର ବିଭିନ୍ନ ସ୍ଥାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିପାର ବୋଲି ଗୁଇନ୍ଦା ସୂଚନା ମିଳିଛି । ଏ ବିଷୟରେ ସାଉଦିଆରବ ଆମେରିକାରୁ ଅବଗତ କରିଛି ।

ସାଉଦିଆରବରେ ଥିବା ଆମେରିକାର ସୈନଆଡ୍ଡା ଗୁଡିକୁ ହାଇଆଲର୍ଟରେ ରଖାଯାଇଛି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories