ଆଇପିଏଲ ଇତିହାସରେ ଶ୍ରେଷ୍ଠ ପାୱାରପ୍ଲେ ବୋଲର ବାଛିଲେ ବ୍ରାଡ୍ ହଗ୍
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଇତିହାସରେ ଶ୍ରେଷ୍ଠ ୭ ପାୱାର ପ୍ଳେ ବୋଲର ବାଛିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରାଡ୍ ହଗ୍। ଟ୍ବିଟ୍ ଜରିଆରେ ହଗ୍ ଆଇପିଏଲ ଶ୍ରେଷ୍ଠ ୭ ପାୱାର ପ୍ଲେ ବୋଲରଙ୍କ ମଧ୍ୟରେ ୩ଜଣ ଦ୍ରୁତ ବୋଲର, ୩ ଜଣ ସ୍ପିନର ଓ ଜଣେ ଅଲ୍ରାଉଣ୍ଡରଙ୍କୁ ସ୍ଥାନ ଦେଇଛନ୍ତି। ଦ୍ରୁତ ବୋଲର ବିଭାଗରେ ଦୁଇ ଭାରତୀୟ ବୋଲର ଜାହିର ଖାନ ଓ ମୁନାଫା ପଟେଲଙ୍କ ସମେତ ଦକ୍ଷିଣ ଆଫ୍ରିକାର ମର୍ଣ୍ଣି ମର୍କେଲଙ୍କୁ ସ୍ଥାନ ଦେଇଛନ୍ତି। ସେହିପରି ପାୱାର ପ୍ଲେ ଶ୍ରେଷ୍ଠ ସ୍ପିନର ଭାବେ ଭାରତର ହରଭଜନ ସିଂହ, ରବିଚନ୍ଦ୍ରନ ଅଶ୍ବିନ ଓ ୱେଷ୍ଟଇଣ୍ଡିଜ୍ର ସୁନୀଲ ନାରିନ୍ଙ୍କୁ ସ୍ଥାନ ଦେଇଛନ୍ତି। ଏକମାତ୍ର ଅଲ୍ରାଉଣ୍ଡର ଭାବେ ଅଷ୍ଟ୍ରେଲିଆର ସେନ୍ ୱାଟ୍ସନଙ୍କୁ ନେଇଛନ୍ତି। ଏମାନେ ଆଇପିଏଲ ପାୱାର ପ୍ଳେ ରେ କାହିଁକି ଶ୍ରେଷ୍ଠ ସେ ନେଇ ମଧ୍ୟ ହଗ୍ ଟ୍ବିଟ୍ରେ କହିଛନ୍ତି ଯେ, ଜାହିର ଖାନ ଆଇପିଏଲରେ ୪୦ଟି ୱିକେଟ ନେଇଥିବାବେଳେ ତାଙ୍କ ଇକୋନମି ହାର୭.୦୪ ରହିଛି। ମୁନାଫା ପଟେଲ ୨୭ଟି ୱିକେଟ ନେଇଥିବାବେଳେ ଇକୋନମି ହାର ୭.୦୩ ରହିଛି। ମର୍କେଲ ୩୫ଟି ୱିକେଟ ନେଇଥିବାବେଳେ ଇକୋନମି ହାର ୭.୪୭ ରହିଛି। ସେହିପରି ସୁନୀଲ ନାରିନ୍ ଓଭର ପିଛା ୫.୯୮ ହାରରେ ରନ୍ ଦେଇ ୨୪ଟି ୱିକେଟ ନେଇଛନ୍ତି। ହରଭଜନ ସିଂହ ୨୫ଟି ୱିକେଟ ନେଇଥିବାବେଳେ ଇକୋନମି ହାର ୭.୩୧ ରହିଛି। ଅଶ୍ବିନ ୬.୫୭ ହାରରେ ୨୮ଟି ୱିକେଟ ନେଇଛନ୍ତି। ସେନ୍ ୱାଟସନ ୭.୧୮ ରନ ହାରରେ ୩୨ଟି ୱିକେଟ ନେଇଛନ୍ତି।
Comments are closed.