www.samajalive.in
Tuesday, December 9, 2025
15.1 C
Bhubaneswar

ରୈନା ଫେରିବା ସଂପର୍କରେ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ : ଶ୍ରୀନିବାସନ୍‌

ନୂଆଦିଲ୍ଲୀ: କିଛିଦିନ ତଳେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦଳର ବରିଷ୍ଠ କ୍ରିକେଟର୍‌ ସୁରେଶ ରୈନା ୟୁଏଇରୁ ଭାରତ ଫେରି ଆସିଥିଲେ। ରୈନା ଭାରତ ଫେରି ଆସିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସିଏସ୍‌କେ ଦଳର ୧୩ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଭୟଭୀତ ହୋଇ ରୈନା ଭାରତ ଫେରି ଆସିଥିବା କେତେକ କହୁଥିବା ବେଳେ ପାରିବାରିକ କାରଣରୁ ରୈନା ଫେରି ଆସିଥିବା ଆଉ କେତେକ ମହଲରେ ଆଲୋଚନା ହେଉଥିଲା। ଅନ୍ୟ କେତେକ ସୂତ୍ର ଅନୁଯାୟୀ ହୋଟେଲ୍‌ ରୁମ୍‌କୁ ନେଇ ଅସନ୍ତୋଷବ୍ୟକ୍ତ କରି ଭାରତ ଫେରି ଆସିଛନ୍ତି। ବୁଧବାର ରୈନା ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ସେ ପୁନର୍ବାର ସିଏସ୍‌କେ ଦଳକୁ ଫେରିବା ସମ୍ଭାବନା ଥିବା କହିଥିଲେ। ଏ ସଂପର୍କରେ ମତ ଦେଇ ସିଏସ୍‌କେ ଦଳର ମାଲିକ ଏନ୍‌.ଶ୍ରୀନିବାସନ୍‌ କହିଛନ୍ତି ରୈନା ଦଳକୁ ଫେରିବେ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଦଳୀୟ ମ୍ୟାନେଜମେଣ୍ଟ ନେବ। ରୈନା ତାଙ୍କ ପୁଅ ପରି; ସିଏସ୍‌କେ ଦଳ ପ୍ରତି ତାଙ୍କ ଅବଦାନ ବହୁତ ରହିଛି। ତେବେ ମାଲିକ ଭାବେ ଦଳର କ୍ରିକେଟ୍‌ ସଂପର୍କିତ କାର୍ଯ୍ୟକଳାପ ସଂପର୍କରେ ସେ ହସ୍ତକ୍ଷେପ କରନ୍ତି ନାହିଁ ବୋଲି ଶ୍ରନିବାସନ୍‌ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories