www.samajalive.in
Sunday, December 14, 2025
17.1 C
Bhubaneswar

ଆଇପିଏଲ୍‌ – ବଟ୍‌ଲରଙ୍କ ଶତକରେ ଜିତିଲା ରାଜସ୍ଥାନ ରୟାଲ୍‌ସ

ଜୟପୁର: ଆଇପିଏଲ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ବିରାଟ କୋହଲି ପୂରା ୨୦ ଓଭର ଖେଳି ଅପରାଜିତ ଶତକ ହାସଲ କରିଥିଲେ। ହେଲେ ତାଙ୍କ ୮ମ ଆଇପିଏଲ୍‌ ଶତକ ଆର୍‌ସିବିକୁ ଜିତାଇ ପାରିନାହିଁ। ଜୋସ୍‌ ବଟ୍‌ଲରଙ୍କ ଅପରାଜିତ ଓ ସଞ୍ଜୁ ସାମ୍‌ସନଙ୍କ ଅର୍ଦ୍ଧଶତକ ବଳରେ ଆର୍‌ସିବିକୁ ୬ ୱିକେଟ୍‌ରେ ରାଜସ୍ଥାନ ପରାସ୍ତ କରିଛି। ଆର୍‌ସିବି ୩ ୱିକେଟରେ ୧୮୩ ରନ୍‌ କରିଥିଲା। ପରେ ୧୯.୧ ଓଭରରେ ୪ ୱିକେଟ୍‌ ହରାଇ ରାଜସ୍ଥାନ ଜିତି ନେଇଥିଲା। ପ୍ରଥମ ୪ଟିଯାକ ମ୍ୟାଚ୍‌ ଜିତି ୮ ପଏଣ୍ଟ ସହ ରାଜସ୍ଥାନ ଶୀର୍ଷକୁ ଉଠିଛି। ଆର୍‌ସିବି ୫ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି।

୧୮୪ ରନ୍‌ରେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍‌ସ ଇନିଂସର ୨ୟ ବଲ୍‌ରେ ଯଶସ୍ବୀ ଜୟସୱାଲଙ୍କ ୱିକେଟ ହରାଇଥିଲା। ପରେ ଓପ୍‌ନର ଜୋସ୍‌ ବଟ୍‌ଲର ଓ ଅଧିନାୟକ ସଞ୍ଜୁ ସାମ୍‌ସନ ଚମତ୍କାର ବ୍ୟାଟିଂ କରିଥିଲେ। ୬ ଓଭରର ପାୱରପ୍ଲେରେ ରାଜସ୍ଥାନ ୫୪ ରନ୍‌ କରିଥିଲା। ଆର୍‌ସିବିର ଫିଲ୍‌ଡର ଏକାଧିକ କ୍ୟାଚ୍‌ ଛାଡ଼ିଥିଲେ; ଯାହା ମହଙ୍ଗା ପଡ଼ିଥିଲା। ଚଳିତ ସଂସ୍କରଣରେ ପ୍ରଥମଥର ବଟ୍‌ଲରଙ୍କ ବ୍ୟାଟ୍‌ ଚାଲିଥିଲା। ଦୁହେଁ ଚୌକା ଓ ଛକା ମାରି ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ୧୦ ଓଭରରେ ଦୁହେଁ ୯୫ ରନ୍‌ କରିଥିଲେ। ୧୪.୪ ଓଭରରେ ୧୪୮ ରନ୍‌ର ଭାଗୀଦାରି ପରେ ସାମ୍‌ସନ ଆଉଟ୍ ହୋଇଥିଲେ। ସଞ୍ଜୁ ସାମ୍‌ସନ ୪୨ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୬୯ ରନ୍‌ କରିଥିଲେ। ରିୟାନ୍ ପରାଗ ୪ ଓ ଧ୍ରୁବ ଜୁରେଲ୍‌ ୨ ରନ୍‌କରି ବିଦାୟ ନେଇଥିଲେ। ବଟ୍‌ଲର ଓ ସିମ୍ରନ୍ ହେତ୍‌ମେୟର ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ୧ ରନ୍‌ ଆବଶ୍ୟକ ଥିବା ବେଳେ ବଟ୍‌ଲର ଛକାମାରି ଶତକ ପୂରଣ କରିଥିଲେ। ବଟ୍‌ଲର ୫୮ ବଲ୍‌ରୁ ୪ଟି ଛକା ଓ ୯ଟି ଚୌକା ସହ ୧୦୦ ରନ୍‌କରି ଅପରାଜିତ ଥିଲେ। ହେତ୍‌ମେୟର ୧୧ ରନ୍‌ରେ ଅପରାଜିତ ଥିଲେ।

- Advertisement -

ରାଜସ୍ଥାନ ରୟାଲ୍‌ସ ଟସ୍ ଜିତି ଫିଲ୍‌ଡିଂ ନେଇଥିଲା। ଆର୍‌ସିବିର ଦୁଇ ଅଭିଜ୍ଞ ଓପ୍‌ନର ବିରାଟ କୋହଲି ଓ ଅଧିନାୟକ ଫାଫ୍‌ ଡୁ ପ୍ଲେସି ଚମତ୍କାର ବ୍ୟାଟିଂ କରିଥିଲେ। ଏହି ଭାଗୀଦାରିରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଫର୍ମରେ ଥିବା କୋହଲି। ୬ ଓଭରର ପାୱରପ୍ଲେରେ ଆର୍‌ସିବି ୫୩ ରନ୍‌ କରି ପାରିଥିଲା। ବିରାଟ କୋହଲି ୩୯ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଫାଫ୍‌ ଡୁ ପ୍ଲେସି ୪୨ ରନ୍‌ କରିଥିବା ବେଳେ ତାଙ୍କର କ୍ୟାଚ୍‌ ଛାଡ଼ିଥି​‌େ​‌ଲ ଟ୍ରେଣ୍ଟ ବୋଲ୍‌ଟ। ପରବର୍ତ୍ତୀ ବଲ୍‌ରେ ଡୁ ପ୍ଲେସି ଆଉଟ୍‌ ହୋଇ ଯାଇଥିଲେ। ୧୪ଶ ଓଭରରେ ୧୨୫ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଫାଫ୍ ଡୁ ପ୍ଲେସି ୩୩ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୪ ରନ୍‌କରି ବିଦାୟ ନେଇଥିଲେ। ଖରାପ ଫର୍ମ ଅବ୍ୟାହତ ରଖି ଗ୍ଲେନ୍‌ ମ୍ୟାକ୍ସୱେଲ ୧ ରନ୍‌କରି ଆଉଟ୍‌ ହୋଇଥିଲେ। ବିରାଟ କୋହଲି ୬୭ ବଲ୍‌ରେ ଶତକ ପୂରଣ କରିଥିଲେ। ଆଇପିଏଲ୍‌ରେ ସର୍ବାଧିକ ଶତକ ମାରିଥିବା କୋହଲି ତାଙ୍କ କୀର୍ତ୍ତିମାନକୁ ଆଗକୁ ବଢ଼ାଇ ୮ମ ଶତକ ହାସଲ କରିଥିଲେ। କୋହଲି ୭୨ ବଲ୍‌ରୁ ୪ଟି ଛକା ଓ ୧୨ଟି ଚୌକା ସହ ୧୧୩ ରନ୍‌କରି ଅପରାଜିତ ଥିଲେ। ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ ପାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories