କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ରାଶିଫଳ

ମେଷ: ରବିବାର, ସୋମବାର କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। କାର୍ଯ୍ୟ ସିଦ୍ଧି ହେବ। ନୂତନ ନିଯୁକ୍ତି ପାଇପାରନ୍ତି। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଅର୍ଥହାନି ଘଟିପାରେ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି ସମ୍ମାନିତ ହେବେ। ଶନିବାର ମଧ୍ୟମଫଳ ପ୍ରାପ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ବଗଳାମୁଖୀଙ୍କୁ ପୂଜା କରନ୍ତୁ।
ବୃଷ: ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। କାର୍ଯ୍ୟରେ ସଫଳତା ଲାଭ ହେବ। ଆୟ ବୃଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ପରିଭ୍ରମଣ ଯୋଗ ସୃଷ୍ଟି ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ କରିବେ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳନ୍ତୁ। ବାକ୍‌ସଂଯମତା ରକ୍ଷା କରନ୍ତୁ। ଶନିବାର ଭାଗ୍ୟ କିଛିଟା ଅନୁକୂଳ ରହିବ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
ମିଥୁନ: ରବିବାର ଓ ସୋମବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ବ୍ୟବସାୟରେ ସଫଳତା ପାଇବେ। ମଙ୍ଗଳବାର ଓ ବୁଧବାର ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ଗୁରୁବାର ଓ ଶୁକ୍ରବାର କର୍ମପ୍ରବଣତା ପ୍ରକାଶ ପାଇବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶନିବାର ଭ୍ରମଣଜନିତ କ୍ଳାନ୍ତି ଅନୁଭୂତ ହେବ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାର ଓ ସୋମବାର ଚିନ୍ତିତ ରହିବେ। ଯାତ୍ରାଜନିତ ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଅସୁସ୍ଥତା ଦେଖାଦେଇପାରେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ଯାତ୍ରାଜନିତ କ୍ଳାନ୍ତି ଅନୁଭୂତ ହେବ। ମଙ୍ଗଳବାର ଓ ବୁଧବାର ସାବଧାନତା ଅବଲମ୍ବନୀୟ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ମାନସିକ ଅବସାଦ ଦେଖାଦେବ। ଗୁରୁବାର ଓ ଶୁକ୍ରବାର ମଧ୍ୟମଫଳ ପ୍ରାପ୍ତ ହେବ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି ଗୌରବ ବୃଦ୍ଧି କରିପାରନ୍ତି। ଶନିବାର ସଫଳତା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ବନ୍ଧୁଙ୍କ ଆଗମନ ହେବ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାର ଓ ବୁଧବାର ପ୍ରସନ୍ନ ଚିତ୍ତ ହେବେ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ପାରିବାରିକ ଶାନ୍ତି ଲାଭ ହେବ। ଗୁରୁବାର ଓ ଶୁକ୍ରବାର ଅର୍ଥ ବ୍ୟୟ ହେବ। ସାମାନ୍ୟ ଆଘାତ ଲାଗିପାରେ। ଶନିବାର କର୍ମ ଅନୁସାରେ ଫଳ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଷ୍ଟନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ନୂତନ ନିଯୁକ୍ତି ପାଇପାରନ୍ତି। ଜୀବନ ସୁଖମୟ ହେବ। ମଙ୍ଗଳବାର ଓ ବୁଧବାର ସମୟର ସଦୁପଯୋଗ କରିବେ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଦକ୍ଷତା ଯୁକ୍ତ ହେବେ। ଦୂର ଦେଶକୁ ପରିଭ୍ରମଣର ଯୋଗ ରହିଛି। ମହିଳା ଓ ବିଦ୍ୟାର୍ଥୀ ପରମ୍ପରାବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଶିବଙ୍କ ସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ସନ୍ତାନଙ୍କୁ ନେଇ ଚିନ୍ତାରେ ପଡ଼ିବେ। ଶାରୀରିକ ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ପୈତୃକ ସମ୍ପତ୍ତି ପ୍ରାପ୍ତ ହେବ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ମାନବବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ଶତ୍ରୁ ପରାସ୍ତ ହେବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବା ବାଞ୍ଛନୀୟ, ନଚେତ ଅସୁବିଧାରେ ପଡ଼ିବେ। ଗୁରୁବାର ଓ ଶୁକ୍ରବାର ଧୈର୍ଯ୍ୟବାନ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶନିବାର ନୂତନ ଚିନ୍ତାଧାରାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ବିଷାଦଗ୍ରସ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଦୁର୍ଗାଙ୍କ ସହସ୍ରନାମ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ବିଶ୍ବାସଘାତକତାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ସୁସମ୍ବାଦ ପ୍ରାପ୍ତ ହେବ। ବନ୍ଧୁବାନ୍ଧବଙ୍କ ଗହଣରେ ସମୟ ଅତିବାହିତ ହେବ। ଗୁରୁବାର ଓ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଯାତ୍ରା ସ୍ଥଗିତ ରଖିବା ଆବଶ୍ୟକ। ଶନିବାର ଆୟ ଓ ବ୍ୟୟ ସମାନ ରହିବ। ମହିଳା ଓ ବିଦ୍ୟାର୍ଥୀ ପରୋପକାରୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଶାନ୍ତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ଯାନବାହନଜନିତ ତ୍ରୁଟି ଦେଖାଦେବ। ବ୍ୟୟ ଅଧିକ ହେବ। ଗୁରୁବାର ଓ ଶୁକ୍ରବାର କ୍ରିୟାଶୀଳ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଶନିବାର ଅଟକିଥିବା କାର୍ଯ୍ୟ ସମାପନ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ର ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ଅଧିକ ଆତ୍ମବିଶ୍ବାସ ଆପଣଙ୍କୁ ଅସୁବିଧାରେ ପକାଇବ। ପାରିବାରିକ ଅଶାନ୍ତି ଓ ଦାମ୍ପତ୍ୟରେ କଳହ ଦେଖାଦେବ। ମଙ୍ଗଳବାର ଓ ବୁଧବାର ସଫଳତା ପ୍ରାପ୍ତ କରିବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ଯଶ, ମାନ, ଗୌରବ ପ୍ରାପ୍ତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।

Comments are closed.