ଆଇପିଏଲ ୨୦୨୪: ଜିତିଲା ପଞ୍ଜାବ କିଙ୍ଗ୍ସ, ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ

ଚଣ୍ଡିଗଡ଼: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ର ଦ୍ୱିତୀୟ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଆଜି ପଞ୍ଜାବ କିଙ୍ଗ୍ସ ୪ ୱିକେଟରେ ବିଜୟ ଲାଭ କରିଛି। ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଟସ ଜିତିଥିଲା ଏବଂ ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ନିର୍ଦ୍ଧାରିତ ୨୦ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍ ବିନିମୟରେ ୧୭୪ ରନ୍ ସଂଗ୍ରହ କରିଥିଲା ଏବଂ ପଞ୍ଜାବ କିଙ୍ଗ୍ସ ୧୭୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ପଞ୍ଜାବ କିଙ୍ଗ୍ସ ୧୯.୨ ଓଭରରେ ୬ୱିକେଟ ହରାଇ ୧୭୭ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା।

kalyan agarbati

Comments are closed.