www.samajalive.in
Sunday, December 7, 2025
23.1 C
Bhubaneswar

ଆଇପିଏଲ୍ ଖେଳାଳିଙ୍କ କରୋନା ପରୀକ୍ଷା ପାଇଁ ୧୦ କୋଟି ଟଙ୍କା ବଜେଟ୍

ସେପ୍ଟେମବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ସାରଜା, ଦୁବାଇ ଓ ଆବୁଧାବୀରେ ଆଇପିଏଲ୍ ମ୍ୟାଚ୍
ୟୁଏଇ ସ୍ବାସ୍ଥ୍ୟ ସେବା କମ୍ପାନୀ ବିପିଏସ୍ ସହ ବିସିସିଆଇର ଚୁକ୍ତି;  ଖେଳାଳିଙ୍କ ପାଇଁ ୭୫ ସ୍ବାସ୍ଥ୍ୟ କର୍ମୀ
ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ଼ (ବିସିସିଆଇ) ଆଇପିଏଲ୍ ସମୟରେ ଖେଳାଳି ଓ ଅନ୍ୟମାନଙ୍କୁ ମିଶାଇ ପ୍ରାୟ ୨୦ ହଜାର ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ କରିବ ବିସିସିଆଇ । ଆଇପିଏଲ୍ ସମୟରେ ପ୍ରତି ୫ମ ଦିନ ସବୁ ଖେଳାଳି ଓ ସହଯୋଗୀମାନଙ୍କର କରୋନା ପରୀକ୍ଷା ହେବ । ୟୁଏଇର ବାୟୋ -ସିକ୍ୟୋର ପରିସ୍ଥିତିରେ ଏହି ପରୀକ୍ଷା କରାଯିବ ।
ଆଇପିଏଲର ୮ ଦଳ ମଧ୍ୟରେ ୬୦ ମ୍ୟାଚ୍ ଦୁବାଇ, ଶାରଜା ଓ ଆବୁଧାବୀରେ ହେବାକୁ ଅପାାତତଃ ଚୂଡ଼ାନ୍ତ ହୋଇଛି । ଇତିମଧ୍ୟରେ ସବୁ ଫ୍ରାଞ୍ଚାଇଜି ୟୁଏଇରେ ପହଞ୍ଚି କ୍ବାରେଣ୍ଟାଇନ ସମୟ ପୂରାକରିଛି । ଏହି ଅବସରରେ ଚେନ୍ନାଇ ସୁପରକିଙ୍ଗ୍ସର ୨ ଖେଳାଳିଙ୍କ ସହ ୧୩ ଜଣ ଷ୍ଟାଫ୍ ସଂକ୍ରମିତ ହୋଇଥିଲେ ହେଁ ଦ୍ବିତୀୟ କରୋନା ପରୀକ୍ଷାରେ ସେମାନେ ନେଗେଟିଭ୍ ଆସିଛନ୍ତି ।

ଆଇପିଏଲର ଜଣେ ଅଧିକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୟୁଏଇର ବିପିଏଲସ ହେଲଥ କେୟାର କମ୍ପାନୀ ସହ ବିସିସିଆଇ ଚୁକ୍ତି କରିଛି । କମ୍ପାନୀ ୨୦ ହଜାର କରୋନା ପରୀକ୍ଷା କରିବ । ପ୍ରତ୍ୟେକ ପରୀକ୍ଷା ପାଇଁ ବିସିସିଆଇ ବିପିଏସ୍ ହେଲଥ କେୟାରକୁ ୨୦୦ ଦିରହମ୍ (୩୯୭୧ ଟଙ୍କା) ପ୍ରଦାନ କରିବ । ଏହା ସହ କମ୍ପାନୀ ଆଇପିଏଲ୍ ସମୟରେ କରୋନା ଯାଞ୍ଚ ନିମନ୍ତେ ନିଜର ୭୫ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦେବ । ଏମାନଙ୍କ ମଧ୍ୟରୁ ୨୫ କର୍ମଚାରୀ ଲ୍ୟାବରେ ଓ ୫୦ ଜଣ ଖେଳାଳିମାନଙ୍କ ଦେଖାଶୁଣା ନିମନ୍ତେ କାର୍ଯ୍ୟ କରିବେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories