www.samajalive.in
Monday, December 15, 2025
24.1 C
Bhubaneswar

ବିମାନ ଦୁର୍ଘଟଣାର ତଦନ୍ତ ଜାରି, ମିଳିଲା ବ୍ଲାକ ବକ୍ସ

ଡେସ୍କ: ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଫରେନସିକ୍ ବିଶେଷଜ୍ଞମାନେ ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ପରୀକ୍ଷାନିରୀକ୍ଷା କରିଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ଏକ ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଅନୁସନ୍ଧାନକାରୀମାନେ ଦୁର୍ଘଟଣା ସ୍ଥଳରୁ ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡର୍ ମଧ୍ୟ ଉଦ୍ଧାର କରିଛନ୍ତି। ଏହା ପୂର୍ବରୁ, ଗୁଜରାଟ ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ୍) ସେହି ସ୍ଥାନରୁ ଏକ ଡିଜିଟାଲ୍ ଭଏସ୍ ରେକର୍ଡର୍ ଉଦ୍ଧାର କରିଥିଲା।

ଦୁର୍ଘଟଣାର ସଠିକ୍ କାରଣ ଜଣାପଡିନାହିଁ, କାରଣ ଫରେନସିକ୍ ବିଶ୍ଳେଷଣ ଏବଂ ଅଧିକ ବୈଷୟିକ ପରୀକ୍ଷାକୁ ଅପେକ୍ଷା କରାଯାଇଛି। ଏହି ଦୁଃଖଦ ଘଟଣା ପରେ, ଆଖପାଖ ଅଞ୍ଚଳର ଅନେକ ସ୍ଥାନୀୟ ବାସିନ୍ଦା ନିଖୋଜ ଥିବା ସୂଚନା ମିଳିଛି। ବର୍ତ୍ତମାନ ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଘଟଣାରେ ମେଘନା ନଗର ପୋଲିସ ଷ୍ଟେସନରେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଏତଲା ପଞ୍ଜିକୃତ ହୋଇଛି। ଇତି ମଧ୍ୟରେ ମୃତକଙ୍କ ପରିବାରକୁ ୭ରୁ ଅଧିକ ମୃତଦେହ ହସ୍ତାନ୍ତର କରାଯାଇଥିବା ବେଳେ ଚିହ୍ନଟରେ ସହାୟତା କରିବା ପାଇଁ ୨୦୦ରୁ ଅଧିକ ଡିଏନଏ ନମୁନା ସଂଗ୍ରହ କରାଯାଇଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories