ସମ୍ମାନିତ ହେଲେ ୨୦ଜଣ ସଫଳ ଉଦ୍ୟୋଗୀ

‘ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨’

ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨’ ଉତ୍ସବ ସ୍ଥାନୀୟ ଏକ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦଘାଟନ କରିଥିଲେ। ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟପାଳ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଉପଦେଷ୍ଟା (ଶିକ୍ଷା) ଉପେନ୍ଦ୍ର ତ୍ରିପାଠୀ, ଜଷ୍ଟିସ୍ ସଞ୍ଜୁ ପଣ୍ଡା, ପଦ୍ମ ବିଭୁଷଣ ସୁଦର୍ଶନ ସାହୁ, ଅମିତାଭ ଠାକୁର (ଆଇଜି, ଅପରେସନ୍) ଓ ଡ. ତପନ ଚାନ୍ଦ (ନିର୍ଦ୍ଦେଶକ, ବେଦାନ୍ତ) ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କିସ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସମୁହ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭିକ ଅଧିବେଶନ ପରେ ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧିକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

 

ଏହି ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତା ଭାବେ ଶ୍ରୀମତି ସଂଘମିତ୍ରା ପତି (ନିର୍ଦ୍ଦେଶକ, ଆଇସିଏମଆର), ମାନସ ପଣ୍ଡା (ନିର୍ଦ୍ଦେଶକ, ଏସଟିପିଆଇ), ମନିସ୍ ଖର୍ବନ୍ଧା (ଗ୍ରୁପ୍ ଆଡ଼୍ଭାଇଜର୍ ଆଣ୍ଡ କର୍ପୋରେଟ୍ ଏଫଆଇଆରଜେଏସପିଏଲ୍), ଏମସେନ୍ ବେଗମ୍ (ଟାଟା ପାୱାର), ଆଣ୍ଟୋନି ଆର୍ ଉଭରୀ (କୁଳପତି, ଏକ୍ସଆଇଏମବି), ସୁଧିର ଡ଼ିଗିକର (ସିଇଓ, ଆପୋଲୋ ହସ୍ପିଟାଲ), ଡ଼ ଉମେଶ ଚନ୍ଦ୍ର ଜେନା (ଅତିରିକ୍ତ ନିର୍ଦ୍ଦେଶକ, ଖଣି ବିଭାଗ) ଯୋଗଦେଇଥିଲେ। ଆଲୋଚନା ଚକ୍ର ପରେ ବାଣିଜ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୨୦ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨” ଓ ତିନି ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ଡ଼ଃ କୃପାସିନ୍ଧୁ ପଣ୍ଡା (ପଣ୍ଡା ମେଡ଼ିକାଲ ସେଣ୍ଟର), ମହେନ୍ଦ୍ର କୁମାର ଗୁପ୍ତା (ମୁଖ୍ୟ ନିର୍ଦ୍ଦେଶକ, ଗୁପ୍ତାପାୱାର), ଏସ୍.ପି ମହାନ୍ତି (ମୁଖ୍ୟ ନିର୍ଦ୍ଦେଶକ, ବି.ଭି.ଏଫ୍.ସି) ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏତଦ୍ ବ୍ୟତୀତ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂସ୍କରଣ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଅଧ୍ୟକ୍ଷ ଡ଼ଃ ସୁଭାଶିଷ ଦାସ ଓ ଅନୁଷ୍ଠାନର ସଦସ୍ୟ ଅରୁଣ କୁମାର ମାହାନା, ପ୍ରମୋଦ କୁମାର ଲେଙ୍କା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସହସଂପାଦକ ଶୁଭଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.