ଓଡ଼ିଆ ଭାଷାର ଅସ୍ମିତା ଅକ୍ଷୁର୍ଣ୍ଣ ରଖି ବିଶ୍ୱ ଦରବାରରେ ଏହାକୁ ପ୍ରତିଷ୍ଠିତ କରିବା ସଙ୍କଳ୍ପକୁ ଆହୁରି ଦୃଢ଼ କରିବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଫେବୃଆରୀ ୨୧ ତାରିଖ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ପ୍ରତ୍ୟେକ ବର୍ଷ ଏହି ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଗତ ୨୦୦୦ ମସିହାରେ ଜାତିସଂଘ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଘୋଷଣା କରିଥିଲା।

ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷାର ଅସ୍ମିତା ଅକ୍ଷୁର୍ଣ୍ଣ ରଖି ବିଶ୍ୱ ଦରବାରରେ ଏହାକୁ ପ୍ରତିଷ୍ଠିତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।


‘ଏକ୍ସ’ରେ ସେ ଲେଖିଛନ୍ତି, ‘‘ମାତୃଭାଷା ହିଁ ଆମ ହୃଦୟର ଭାଷା, ମା’ ମାଟିର ମହକ ଓ ପରିଚୟ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଆସନ୍ତୁ, ଆମ ଗୌରବମୟ ଓଡ଼ିଆ ଭାଷାର ପ୍ରସିଦ୍ଧି ଓ ଅସ୍ମିତା ଅକ୍ଷୁର୍ଣ୍ଣ ରଖି ଏହାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ନେଇ ସଙ୍କଳ୍ପକୁ ଆହୁରି ଦୃଢ଼ କରିବା।’’

Comments are closed.